ETV Bharat / state

ନାଉଙ୍ଗାର ଅନୁପ ଦାସ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ, ଜିଲ୍ଲାରେ ଖୁସିର ଲହରୀ

author img

By

Published : Aug 4, 2020, 9:18 PM IST

ପ୍ରକାଶ ପାଇଛି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ । ନାଉଗାଁ ବ୍ଲକ ଅନ୍ତର୍ଗତ କୋକିଢି଼ଆ ଗ୍ରାମର ସ୍ବର୍ଗତ ନୃସିଂହ ଚରଣ ଦାସଙ୍କ ପୁଅ ଅନୁପ ଦାସ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ 120 ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

IAS Result: Jagatsinghpur's Anup Das qualify in 120th rank
ନାଉଙ୍ଗାର ଅନୁପ ଦାସ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ, ଜିଲ୍ଲାରେ ଖୁସିର ଲହରୀ

ଜଗତସିଂହପୁର: ପ୍ରକାଶ ପାଇଛି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ । ନାଉଗାଁ ବ୍ଲକ ଅନ୍ତର୍ଗତ କୋକିଢି଼ଆ ଗ୍ରାମର ସ୍ବର୍ଗତ ନୃସିଂହ ଚରଣ ଦାସଙ୍କ ପୁଅ ଅନୁପ ଦାସ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ 120 ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ଅନୁପ ନିଜ ଗାଁ କୋକିଢି଼ଆ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଗାଁ ହାଇସ୍କୁଲ ଓ ପରେ ଜଗତସିଂହପୁର ସ୍ଵାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ଯାଇଥିଲେ। ସେଠାରେ ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ମଧ୍ୟବିତ୍ତ ପରିବାରରେ ଜନ୍ମ ଅନୁପ, ପିଲାବେଳୁ ମେଧାବୀ ଛାତ୍ର ଥିଲେ।

ସଂଘର୍ଷରୁ ସଫଳତା । ବହୁ ଆର୍ଥିକ ଅନାଟନ ଭିତରେ ସଂଘର୍ଷ କରି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଅନୁପ । ତେବେ ଅନୁପଙ୍କ ଏହି ସଫଳତା ପଛରେ ବାପାଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି । ମାତ୍ର ପୁଅ ସଫଳତା ପାଇବା ପୂର୍ବରୁ ବାପା ନୃସିଂହ ଚରଣ ଦାସ ସ୍ବର୍ଗବାସୀ ହୋଇସାରିଛନ୍ତି । ଗତ ଜୁଲାଇ 10 ତାରିଖରେ ତାଙ୍କର ପରଲୋକ ହୋଇଥିଲା। ବର୍ତ୍ତମାନ ଅନୁପ ଦିଲ୍ଲୀରେ ଥାଇ ଜିଲ୍ଲା ବାସୀଙ୍କ ଆଶ୍ରୀର୍ବାଦ ଭିକ୍ଷା କରିଛନ୍ତି।

ସେହିଭଳି ଜଗତସିଂହପୁର ବ୍ଳକ ଅନ୍ତର୍ଗତ ଏକ ବାରୁଆ ଗ୍ରାମର ଓ ଅନ୍ୟଜଣେ ମେଧାବି ଛାତ୍ର ବିଶ୍ବ ରଞ୍ଜନ ଭୋଳ, ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.