ETV Bharat / state

ଜଗତସିଂହପୁରରୁ 4 ଲକ୍ଷ ମୂଲ୍ୟର ଧଳା ଜହର ଜବତ - Huge quantities of brown sugar seized

ଜଗତସିଂହପୁର ଉପକଣ୍ଠ ଆଳିପିଙ୍ଗଳ ଓ କୋଶିଦା ଅଞ୍ଚଳରୁ ବିପୁଳ ପରିମାଣର ଧଳା ଜହର ଜବତ କରିଛି ଅବକାରୀ ବିଭାଗ। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୭୦ ହଜାର ଟଙ୍କା । ଅଧକ ପଢନ୍ତୁ...

ଜଗତସିଂହପୁରରୁ ବିପୁଳ ପରିମାଣର ଧଳା ଜହର ଜବତ
ଜଗତସିଂହପୁରରୁ ବିପୁଳ ପରିମାଣର ଧଳା ଜହର ଜବତ
author img

By

Published : Dec 11, 2020, 9:56 PM IST

ଜଗତସିଂହପୁର: ଜଗତସିଂହପୁରରେ ପୁଣି ଧଳା ଜହର ଆସର। ବ୍ରାଉନ ସୁଗାର କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ନିୟମିତ ତତ୍ପରତା ଦେଖାଉଛି। ତଥାପି ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ବ୍ରାଉନସୁଗାର ବେପାରୀଙ୍କ ଚେର ଲମ୍ବିବାରେ ଲାଗିଛି।

ଜଗତସିଂହପୁରରୁ ବିପୁଳ ପରିମାଣର ଧଳା ଜହର ଜବତ

ଆଜି(ଶୁକ୍ରବାର) ଜଗତସିଂହପୁର ଉପକଣ୍ଠ ଆଳିପିଙ୍ଗଳ ଓ କୋଶିଦା ଅଞ୍ଚଳରୁ ବିପୁଳ ପରିମାଣର ଧଳା ଜହର ଜବତ କରିଛି ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ବିଭାଗ ଓ ଫ୍ଲାଇଙ୍ଗ ସ୍କ୍ୱାର୍ଡର ମିଳିତ ଚଢ଼ାଉରେ ସଦର ଉପକଣ୍ଠ ଆଳିପିଙ୍ଗଳ ଓ କୋଶିଦା ଗାଁ ନିକଟରୁ ପୃଥକ ପୃଥକ ଭାବେ ଦୁଇଜଣ ବ୍ରାଉନସୁଗାର ବ୍ୟାପାରୀଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ମୋଟ ୪୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୭୦ ହଜାର ଟଙ୍କା ହେବବୋଲି ଜଣାପଡ଼ିଛି।

ଅଭିଯୁକ୍ତ ଦୁଇଜଣ ହେଲେ ଆଳିପିଙ୍ଗଳ ଗାଁର ଦିବ୍ୟରଞ୍ଜନ ସେଠୀ(ରାଜା) ଓ କୋଶିଦା ଗାଁର ଦୀପକ କୁମାର ରାଉତ। ଏହି ଦୁଇଜଣ ଅଭିଯୁକ୍ତ କାହାଠାରୁ ବ୍ରାଉନସୁଗାର ଆଣୁଥିଲେ ଓ ଆଉ କେଉଁ ବ୍ୟବସାୟୀ ମାନେ ଏମାନଙ୍କ ସହ ମିଶି ବ୍ୟବସାୟ କରୁଛନ୍ତି, ତାହାକୁ ନେଇ ଅଧିକ ତଦନ୍ତ ଚଳାଇଛି ଅବକାରୀ ବିଭାଗ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.