ଜଗତସିଂହପୁର: ଜିଲ୍ଲାରେ ଲାଗିରହିଛି ଲଗାଣବର୍ଷା । ଯଦ୍ବାରା ଜନଜୀବନ ବ୍ୟାହତ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି । ଯାହା ପ୍ରଭାବରେ ରବିବାର ପ୍ରବଳ ବର୍ଷା ଫଳରେ ଜଗତସିଂହପୁର ସହରର ତଳି ଅଞ୍ଚଳରେ ପାଣି ଜମି ରହିଛି। ସେହିପରି ବାଲିକୁଦା, ଏରସମା, ନାଉଗାଁ, ବିରିଡି, ରଘୁନାଥପୁର, କୁଜଙ୍ଗ, ପାରାଦ୍ବୀପ ଆଦି ସ୍ଥାନରେ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ସହ ମୋବାଇଲ ସେବା ମଧ୍ୟ ପ୍ରଭାବିତ ହୋଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ