ETV Bharat / state

ଟ୍ରକ ଚାଳକଙ୍କୁ ନଦୀକୁ ଠେଲିବା ଘଟଣା: ଜମ୍ଭୀରା ଜଙ୍ଗଲରୁ ଚୋରି ଟ୍ରକ ଉଦ୍ଧାର, ୫ ଗିରଫ - ଟ୍ରକ ଚାଳକଙ୍କୁ ମହାନଦୀକୁ ଠେଲି ହତ୍ୟା

ପାରାଦ୍ବୀପରେ ଟ୍ରକ ଚାଳକଙ୍କୁ ନଦୀକୁ ଠେଲିବା ଘଟଣା । ଚାନ୍ଦୁଆ ଥାନା ଅଧୀନ ଜମ୍ଭୀରା ଜଙ୍ଗଲରୁ ଚୋରି ଟ୍ରକ ଉଦ୍ଧାର । ଅଧିକ ପଢ଼ନ୍ତୁ

ଟ୍ରକ ଚାଳକଙ୍କୁ ହତ୍ୟା ଘଟଣା : ପାରାଦ୍ବୀପରୁ ଚୋରି ଟ୍ରେଲର ଜମ୍ଭୀରା ଜଙ୍ଗଲରୁ ଉଦ୍ଧାର ଉଦ୍ଧାର, ୫ ଗିରଫ

author img

By

Published : Sep 29, 2022, 2:25 PM IST

ଜଗତସିଂହପୁର: ମାସେ ତଳେ ପାରାଦ୍ବୀପରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଟ୍ରକ ଚୋରି କରିବାକୁ ଦୁଇ ସାଥୀ ଟ୍ରକ ଚାଳକ ଜଘନ୍ୟ କାଣ୍ଡ ଘଟାଇଥିଲେ । ଦୁଇ ଚାଳକ ବନ୍ଧୁତା ଆଳରେ ଅନ୍ୟ ଜଣେ ଟ୍ରକ ଚାଳକଙ୍କୁ ମଦ ପିଆଇ ମହାନଦୀକୁ ଫିଙ୍ଗିବା ପରେ ତାଙ୍କ ଟ୍ରକ ଧରି ଫେରାର ହୋଇଯାଇଥିଲେ । ବର୍ତ୍ତମାନ ସେହି ଚୋରି ଟ୍ରକ ମୟୂରଭଞ୍ଜ ଚାନ୍ଦୁଆ ଥାନା ଅଧୀନ ଜମ୍ଭୀରା ଜଙ୍ଗଲରୁ ଉଦ୍ଧାର ହେବା ପରେ ମାସେ ତଳେ ଘଟିଥିବା ଏହି ନାରକୀୟ କାଣ୍ଡ ଉପରୁ ଏବେ ପରଦା ଉଠିଛି ।

ପୋଲିସ ଏହି ଘଟଣାରେ ବାରିପଦା ଓ ବୈଶିଙ୍ଗା ଅଞ୍ଚଳରୁ ୫ ଜଣଙ୍କୁ ଗିରଫ କରିଛି । ଅନ୍ୟପଟେ ଦୁଇ ବନ୍ଧୁ ଚାଳକଙ୍କ ଷଡଯନ୍ତ୍ରର ଶିକାର ହୋଇଥିବା ଅନ୍ୟ ଚାଳକ ଜଣକ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ଚାଳକଙ୍କ ନାମ ସାହାଦାବ ଆଲାମ ଓ ତାଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ସୂଚନା ମିଳିଛି ।

ଟ୍ରକ ଚାଳକଙ୍କୁ ହତ୍ୟା ଘଟଣା : ପାରାଦ୍ବୀପରୁ ଚୋରି ଟ୍ରେଲର ଜମ୍ଭୀରା ଜଙ୍ଗଲରୁ ଉଦ୍ଧାର ଉଦ୍ଧାର, ୫ ଗିରଫ

ସୂଚନା ଅନୁସାରେ, ଅଗଷ୍ଟ ୧୨ ତାରିଖରେ ଗୁଜରାଟର ଭଦୋଦ୍ରାରୁ ମାଲ ପରିବହନ କରି ଚାଳକ ସାହାଦାବ ଆଲାମ ପାରାଦୀପ ତୈଳ ବିଶୋଧନାଗାରରେ ପହଞ୍ଚିଥିଲେ । ଏହି ସମୟରେ ଉତ୍ତରପ୍ରଦେଶରରୁ ଚାଳକ ହୁକୁମ ସିଂ ଓ ଖଲାସୀ ହରପାଲ ସିଂ ମଧ୍ୟ ଅନ୍ୟ ଏକ ଟ୍ରେଲରରେ ମାଲ ଆଣି ପହଞ୍ଚିଥିଲେ । ମାଲ ଓହ୍ଲାଇବା ଭିତରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । କିନ୍ତୁ ହୁକୁମ ସିଂ ଓ ଖଲାସୀ ହରପାଲର ନଜର ସାହାଦାବଙ୍କ ଟ୍ରକ ଉପରେ ଥିଲା । ସେମାନେ ଟ୍ରକକୁ ଚୋରି କରି ମାଲାମାଲ ହେବାକୁ ଚାହୁଁଥିଲେ ।

ଏଥିପାଇଁ ଯୋଜନାବଦ୍ଧ ଭାବେ ଦୁହେଁ ସାହାଦାବଙ୍କୁ ପାରାଦ୍ବୀପ ବେଳାଭୂମି ବୁଲାଇ ନେବା ଆଳରେ ପ୍ରଚୁର ମଦ ପିଆଇଥିଲେ । ଅଗଷ୍ଟ ୨୨ ତାରିଖରେ ଉଭୟେ ସାହଦାବଙ୍କୁ ନିଶାସକ୍ତ ଅବସ୍ଥାରେ ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଫିଙ୍ଗି ଦେଇଥିଲେ ଏବଂ ଟ୍ରକ ଚୋରି କରି ସେଠାରେ ଫେରାର ଯାଇଥିଲେ । ଏହାପରେ ଦୁଇ ଅଭିଯୁକ୍ତ ଟ୍ରକ ନେଇ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାର ଏକ ଢାବାକୁ ଯାଇଥିଲେ । ସେଠାରେ ସେ ଢାବା ମାଲିକକୁ 4 ଲକ୍ଷ 60 ହଜାର ଟଙ୍କାରେ ଚୋରି ଗାଡିଟିକୁ ବିକ୍ରି କରି ଦେଇଥିଲେ । ଢାବା ମାଲିକ ଦୁଇ ଜଣ ସହଯୋଗୀଙ୍କ ସହ ମିଶି ଟ୍ରକଟିକୁ କାଟି କବାଡିବାଲାକୁ ବିକିବାକୁ ଯୋଜନା କରିଥିଲେ । ଏଥିପାଇଁ ସେ ଏହାକୁ ଏକ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିଲେ।

ଏହାମଧ୍ୟ ପଢନ୍ତୁ: ଜଗତପୁର ଶିଳ୍ପାଞ୍ଚଳରେ ହାତୀ ଆତଙ୍କ ଘଟଣା, ମୃତ ହାତୀ ଗର୍ଭବତୀ ଥିବା ସୂଚନା

କିନ୍ତୁ ପୋଲିସ ପାଟ୍ରୋଲିଂ ସମୟରେ ସେହି ଟ୍ରକଟିକୁ ଦେଖିବାକୁ ପାଇଥିଲା । ଏନେଇ ପୋଲିସ ଟ୍ରକ ମାଲିକଙ୍କ ସହ ଯୋଗାଯୋଗ କରିଥିଲା । ତାଙ୍କୁ ପଚରାଉଚରା କରିବାରୁ ସବୁ କଥା ଜଣାପଡିଥିଲା । ସେପଟେ ସେହି ଚୋରି ଟ୍ରକର ମାଲିକ ଖବର ପାଇବା ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ପର୍ଯ୍ୟନ୍ତ ଡ୍ରାଇଭର ସାହାଦାବଙ୍କ ପତ୍ତା ମିଳୁନଥିବାରୁ ପୋଲିସ ହତ୍ୟା ମାମଲା ରୁଜୁ କରିନାହିଁ । ତେବେ ଏହି ଘଟଣା ଏବେ ପାରାଦ୍ୱୀପ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.