ETV Bharat / state

ପାରାଦ୍ବୀପରେ ବୁଡ଼ିଲା ମାଛଧରା ଡଙ୍ଗା, 9 ସୁରକ୍ଷିତ ଉଦ୍ଧାର - ଜଗତସିଂହପୁର ପାରାଦ୍ୱୀପ

ପାରାଦ୍ବୀପ ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା। ଡଙ୍ଗାରେ ଥିବା 9 ଜଣଙ୍କୁ ଉଦ୍ଧାର କଲା ଉଦ୍ଧାରକାରୀ ଟିମ। ବୁଡ଼ି ଯାଇଥିବା ଏକ ଡଙ୍ଗା ସହ ମାଡ଼ହୋଇ ମାଛଧରା ଡଙ୍ଗାଟି ବୁଡ଼ି ଯାଇଥିବା ସୂଚନା ଅଧିକ ପଢ଼ନ୍ତୁ...

ପାରାଦ୍ବୀପରେ ବୁଡ଼ିଲା ମାଛଧରା ଡଙ୍ଗା, 9 ଜଣ ସୁରକ୍ଷିତ ଉଦ୍ଧାର

author img

By

Published : Oct 26, 2020, 4:11 PM IST

Updated : Oct 26, 2020, 5:09 PM IST

ଜଗତସିଂହପୁର: ପାରାଦ୍ବୀପ ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା। ଡଙ୍ଗାରେ ଥିବା ସମସ୍ତ 9 ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ସମୁଦ୍ରରେ ବୁଡ଼ି ଯାଇଥିବା ଏକ ଡଙ୍ଗା ସହ ମାଡ଼ହୋଇ ମାଛଧରା ଡଙ୍ଗାଟି ବୁଡ଼ି ଯାଇଥିବା ସୂଚନା ମିଳିଛି।

2009 ମସିହା ସେପ୍ଟେମ୍ବର ମାସ 9 ତାରିଖରେ ମଧ୍ୟରେ ଏଠାରେ ଏକ ଜାହାଜ ବୁଡ଼ି ଯାଇଥିଲା। ଲୁହା ପଥର ନେଇ ଯାଉଥିବା ବ୍ଲାକ ରୋଜ ନାମକ ଏହି ଜାହାଜ ପାରାଦ୍ବୀପ ଉପକୂଳରୁ ମାତ୍ର 15 କିଲୋମିଟର ଦୂରରେ ବୁଡ଼ି ଯାଇଥିଲା। ଆଜି(ସୋମବାର) ମଧ୍ୟ ମା-ମିନି ନାମକ ମାଛଧରା ଡଙ୍ଗାଟି ଠିକ ସେହି ସ୍ଥାନରେ ବୁଡ଼ି ଯାଇଥିବା ସୂଚନା ମିଳିଛି। ମାଛ ଧରି ଫେରୁଥିବା ବେଳେ ଏହି ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାକୁ ନେଇ ପାରାଦ୍ବୀପ ଉପକୂଳରେ ଚାପା ଉତ୍ତେଜନା ଦେଖା ଦେଇଛି।

ପାରାଦ୍ବୀପରେ ବୁଡ଼ିଲା ମାଛଧରା ଡଙ୍ଗା, 9 ସୁରକ୍ଷିତ ଉଦ୍ଧାର

ବ୍ଲାକ ରୋଜ ଜାହାଜ ଏବେବି ସମୁଦ୍ର ଗର୍ଭରେ ବୁଡ଼ି ରହିଛି। ତେବେ ଏହା ଉପରକୁ ଦୃଶ୍ୟମାନ ହେଉନଥିବାରୁ ବାରମ୍ବାର ସେଠାରେ ବହୁ ଡଙ୍କା ଦୁର୍ଘଟଣାଗ୍ରସ୍ତ ହେଉଛି। ଏହାର ପ୍ରତିକାର ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା କିଛି ଲାଭ ହେଉନାହିଁ।

ଘଟଣାକୁ ନେଇ ସ୍ଥାନୀୟ ମତ୍ସ୍ୟଜୀବିମାନେ ଉଦବେଗ ପ୍ରକାଶ କରିଛନ୍ତି। ମତ୍ସ୍ୟଜୀବିମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଯଥଶୀଘ୍ର ବ୍ଲାକରୋଜ ବୁଡିଥିବା ସ୍ଥାନକୁ ଚିହ୍ନଟ କରିବାକୁ ମତ୍ସ୍ୟଜୀବିମାନେ ଦାବି କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Oct 26, 2020, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.