ETV Bharat / state

ଏଥର ଧୁମଧାମରେ ହେବ କଳିଙ୍ଗ ବାଲିଯାତ୍ରା - ଅନୁଷ୍ଠିତ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ

ମହାଆଡମ୍ବରରେ ଅନୁଷ୍ଠିତ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ l ଏନେଇ ପାରାଦ୍ବୀପ ଅଫିସର କ୍ଲବରେ ବାଲିଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ

ଚଳିତ ବର୍ଷ ହେବ କଳିଙ୍ଗ ବାଲିଯାତ୍ରା
ଚଳିତ ବର୍ଷ ହେବ କଳିଙ୍ଗ ବାଲିଯାତ୍ରା
author img

By

Published : Sep 17, 2022, 9:39 AM IST

ପାରାଦ୍ବୀପ: ଚଳିତବର୍ଷ ମହା ଆଡମ୍ବରରେ ଅନୁଷ୍ଠିତ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ l ଏନେଇ ପାରାଦ୍ବୀପ ଅଫିସର କ୍ଲବରେ ବାଲିଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାର ସୂଚନା ପ୍ରଦାନ କରିଛନ୍ତି ବାଲିଯାତ୍ରା କମିଟିର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ପାରୁଲ ପଟାୱାରୀ ।

ସୂଚନା ଅନୁଯାୟୀ, ପାରାଦ୍ବୀପ ପ୍ରସିଦ୍ଧ ବିଶ୍ବକର୍ମା ପୂଜା ଚଳିତ ବର୍ଷ ବନ୍ଦ ହୋଇଥିବା ବେଳେ ବାଲିଯାତ୍ରା ଧୂମଧାମରେ ପାଳିତ ହେବାକୁ ନେଇ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏନେଇ ଶୁଣବା ପରେ ପାରାଦ୍ବୀପ ବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l ତେବେ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀର୍ , ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ସାଂସଦ ରାଜଶ୍ରୀ ମଲ୍ଲିକ , ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଦୁଇଟି ଥାନାର ଥାନା ଅଧିକାରୀଙ୍କ ସମେତ ବାଲିଯାତ୍ରା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l

ତେବେ ବିଗତ ଦୁଇବର୍ଷ ଧରି କୋରୋନା ମହାମାରୀ କାରଣରୁ ବାଲିଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହାକୁ ଧୁମଧାମରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି l ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକରେ ସମସ୍ତ ସୂଚନା ପରେ କମିଟି ମେମ୍ବର ମାନେ ମଧ୍ୟ ନିଜର ମତାମତ ରଖିଥିଲେ l ସାତ ଦିନ ଧରି ଆୟୋଜିତ କଳିଙ୍ଗ ବାଲିଯାତ୍ରା ମହୋତ୍ସବକୁ ଦୁଇଦିନ ବଢାଇବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ବାଲିଯାତ୍ରା ସମୟର ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବାଲିଯାତ୍ରା କମିଟି ଅଧ୍ୟକ୍ଷ ଜିଲ୍ଲାପାଳ ପାରୁଲ ପଟାୱାରୀ ପ୍ରକାଶ କରିଥିଲେ l ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦେଶର ବିଭିନ୍ନ ରାଜ୍ୟର କଳାକାରଙ୍କ ସହିତ ସ୍ଥାନୀୟ ପ୍ରତିଭା ମାନଙ୍କୁ ସୁଯୋଗ ପ୍ରଦାନ କରାଯିବ ବୋଲି ଜିଲ୍ଲପାଳ ଏନେଇ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ-ବାଲିଯାତ୍ରା ପ୍ରସ୍ତୁତି: ଟ୍ରାଫିକ, ପାର୍କିଂ ଓ ପରିମଳ ସ୍ୱାସ୍ଥ୍ୟସେବା ଉପରେ ସିଏସଙ୍କ ଗୁରୁତ୍ଵ

ସୂଚନା ଥାଉକି, କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବାରେ ଅନୁଷ୍ଠିତ ହୋଇ ଯାଇଥିଲା ବାଲିଯାତ୍ରା ସମୀକ୍ଷା ବୈଠକ । ତେବେ ଚଳିତ ବର୍ଷ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.