ETV Bharat / state

ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର, ଶୈବ ମନ୍ଦିରରେ ଭିଡ଼ - ଶ୍ରାବଣ ମାସର ପ୍ରଥମ ସୋମବାର

ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ଜଗତସିଂହପୁର ଜିଲ୍ଲାରେ ଚଳଚଞ୍ଚଳ ବିଭିନ୍ନ ଶୈବ ପୀଠ । ଅଧିକ ପଢନ୍ତୁ

ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର
ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର
author img

By

Published : Jul 18, 2022, 1:51 PM IST

ଜଗତସିଂହପୁର: ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଯାହାକୁ ନେଇ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବ ମନ୍ଦିର । କାଉଡ଼ିଆ ଓ ଶ୍ରଦ୍ଧାଳୁ ମାନେ ବିଭିନ୍ନ ନଦୀ ଓ ପବିତ୍ର ଜଳ ସଂଗ୍ରହ କରି ମହାଦେବଙ୍କ ଉପରେ ଜଳଲାଗି କରିବା ସହ ଆଶିର୍ବାଦ କାମନା କରିଥିଲେ । କୋରୋନା ପ୍ରଭାବରୁ 2019 ଠାରୁ କାଉଡି ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହା ଆରମ୍ଭ ହୋଇଛି । ଲୋକେ ଦୀର୍ଘବର୍ଷ ପରେ ପାଣିଭାର ନେଇ ମହାଦେବଙ୍କୁ ଜଳ ଲାଗି କରିବାର ଉତ୍ସାହ ଦେଖିବାକୁ ମିଳିଛି ।

ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର

ଜଗତସିଂହପୁରର ପ୍ରସିଦ୍ଧ ଶୈବ ପୀଠ ବାବା ଗୋରେକନାଥ, ଏରସମାର ପଞ୍ଚ ଲିଙ୍ଗେସ୍ୱର, ମୁଚୁକୁନ୍ଦ ମହାଦେବ, ବିରିଡି ସ୍ଥିତ ଅଷ୍ଟସମ୍ଭୁ ଆଦି ଶୈବ ପୀଠରେ ପ୍ରବଳ କାଉଡ଼ିଆ ଙ୍କ ସମାଗମ ହେଉଛି। ପ୍ରବଳ ବର୍ଷାକୁ ଖାତିର ନକରି ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ହଜାର ହଜାର ବୋଲବମ ଭକ୍ତ ଧବଳେଶ୍ବରଙ୍କ ପୀଠରେ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ ।

ଇଟିଭି, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.