ETV Bharat / state

ବିପଦ ସଙ୍କେତ ଉପରେ ଦଳେଇ ଘାଇ

ଦଳେଇ ଘାଇ ନିକଟରେ ବିପଦ ସଙ୍କେତ ଟପିଲା ଦେବୀ ନଦୀ । ଆତଙ୍କିତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ବିପଦ ସଙ୍କେତ ଉପରେ ଦଳେଇ ଘାଇ
ବିପଦ ସଙ୍କେତ ଉପରେ ଦଳେଇ ଘାଇ
author img

By

Published : Aug 16, 2022, 10:26 AM IST

Updated : Aug 16, 2022, 12:07 PM IST

ଜଗତସିଂହପୁର: ବିପଦ ସଙ୍କେତ ଟପିଲା ଦଳେଇ ଘାଇ । ଜଗତସିଂହପୁର ଜିଲ୍ଲାର ପ୍ରମୁଖ ନଦୀବନ୍ଧ ଦଳେଇ ଘାଇ ନିକଟରେ ଦେବୀ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯାହାକୁ ନେଇ ତଳିଆ ଅଞ୍ଚଳବାସୀଙ୍କ ମନରେ ଛନକା ପଶିଛି । ଦଳେଇ ଘାଇ ନିକଟରେ ବିପଦ ସଙ୍କେତ 57 ଫୁଟ ରହିଥିବା ବେଳେ ଆଜି ସକାଳ 9ଟା ସୁଦ୍ଧା ଜଳସ୍ତର 59 ଫୁଟରେ ପହଞ୍ଚିଛି । ଏହାର ଶାଖା ନଦୀ ବିଲୁଆ ଖାଇରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି ।

ବିପଦ ସଙ୍କେତ ଉପରେ ଦଳେଇ ଘାଇ

ବିଲୁଆ ଖାଇ ଦ୍ବୀପାଞ୍ଚଳ ବାଇସ ମଉଜା ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ସେହିପରି ଆଳି ପିଙ୍ଗଳ ଠାରେ ଦେବୀ ନଦୀର ବିପଦ ସଙ୍କେତ 11.66 ମିଟର ଥିବାବେଳେ ଆଜି ସକାଳୁ ବିପଦ ସଙ୍କେତ ସ୍ପର୍ଶ କରିଛି ବନ୍ୟାଜଳ । ସମ୍ଭାବ୍ୟ ବନ୍ୟାକୁ ମୁକାବିଲା କରିବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧରେ 24 ଘଣ୍ଟିଆ ପହରା ଦେବା ସହ ବାଲି ବସ୍ତାଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Aug 16, 2022, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.