ETV Bharat / state

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି କଟକ-ପାରାଦ୍ୱୀପ ରାସ୍ତା ଅବରୋଧ

author img

By

Published : Oct 26, 2021, 7:44 PM IST

Updated : Oct 26, 2021, 8:16 PM IST

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି କୁଜଙ୍ଗ ଠାରେ କଟକ ପାରାଦୀପ ରାଜପଥ ଅବରୋଧ । ଅଧିକ ପଢନ୍ତୁ...

Minister Dibya Shankar Mishra
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି କଟକ-ପାରାଦ୍ୱୀପ ରାସ୍ତା ଅବରୋଧ

ଜଗତସିଂହପୁର: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ରାଜପଥ ଅବରୋଧ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କୁ ବହିଷ୍କାର ଦାବି କଟକ ପାରାଦୀପ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଉତ୍କଳ ମହିଳା ସମିତି ଜଗତସିଂହପୁର ଜିଲ୍ଲା କମିଟି l

ରାଜ୍ୟରେ ନାରୀ ନିର୍ଯାତନା ଚରମ ସୀମା ଅତିକ୍ରମ କରିଥିଲେ ମଧ୍ୟ ସରକାର ଏହାକୁ ସାମ୍ନା କରିବାରେ ବିଫଳ ହୋଇଛନ୍ତି । ଜଗତସିଂହପୁର ଉତ୍କଳ ମହିଳା ସମିତି ରାଜ୍ୟ ସମ୍ପାଦିକା ଚିନ୍ମୟୀ ମହାପାତ୍ରଙ୍କ ନେତୃତ୍ବରେ କୁଜଙ୍ଗ ବଜାରରେ ଏକ ଶୋଭାଯାତ୍ରା ବାହାର କରି ବଜାର ପରିକ୍ରମା କରିବା ସହିତ କଟକ ପାରାଦୀପ ରାଜ୍ୟ ରାଜପଥ ଅବରୋଧ କରାଯାଇଛି l ଏକଘଣ୍ଟା ଧରି ରାଜରାସ୍ତା ଅବରୋଧ କରିବାପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର କରାଯାଇଛି l ଯାହାଫଳରେ ଶତାଧିକ ଗାଡିମୋଟର ଅଟକ ରହିଥିବା ଦେଖିବାକୁ ମିଳିଛି l ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କରିଛନ୍ତି ।

ଏହି ହତ୍ୟାକାଣ୍ଡରେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରାଯାଇ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାକୁ ଦାବି କରିଛି ଉତ୍କଳ ମହିଳା ସମିତି। ଏଥି ସହିତ ମୃତ ମମିତା ମେହେର ପରିବାରକୁ ଏକ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Oct 26, 2021, 8:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.