ETV Bharat / state

ପ୍ରତି ବ୍ଲକରେ ଗଠନ ହେବ କୋଭିଡ କେୟାର ୟୁନିଟ୍ - ପ୍ରତି ବ୍ଲକରେ ଗଠନ ହେବ କୋଭିଡ କେୟାର ୟୁନିଟ

ଜଗତସିଂହପୁର ଜିଲ୍ଲାର ପ୍ରତ୍ୟକ ବ୍ଲକରେ କୋଭିଡ କେୟାର ଗଠନ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ବିଡିଓ ଓ ପୌର କାର୍ଯ୍ୟନିର୍ବାହିଙ୍କ ସହିତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ପ୍ରତି ବ୍ଲକରେ ଗଠନ ହେବ କୋଭିଡ କେୟାର ୟୁନିଟ
ପ୍ରତି ବ୍ଲକରେ ଗଠନ ହେବ କୋଭିଡ କେୟାର ୟୁନିଟ
author img

By

Published : Jul 18, 2020, 9:54 PM IST

ଜଗତସିଂହପୁର: ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ପରିବର୍ତ୍ତିତ ରଣନୀତି ଆପଣାଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ବିଡିଓ ଓ ପୌର କାର୍ଯ୍ୟନିର୍ବାହିଙ୍କ ସହିତ ଆଲୋଚନା କରିଛନ୍ତି ।

ପ୍ରତି ବ୍ଲକରେ ଗଠନ ହେବ କୋଭିଡ କେୟାର ୟୁନିଟ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକରେ କୋଭିଡ୍ କେୟାର କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ଅନୁଦାନ ଦେବା ସହ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ ଭାବରେ ଜିଲ୍ଲାରେ ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ,ଦିବ୍ୟାଙ୍ଗ,୧୦ ବର୍ଷରୁ କମ ଶିଶୁ ,ଗର୍ଭବତୀ ମହିଳା,ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ବ୍ୟକ୍ତିଙ୍କୁ ଗୁରୁତ୍ବ ଦିଆଯାଇଛି । ଏହା ସହ ସମସ୍ତ ପ୍ରକାରର ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.