ETV Bharat / state

କୋରୋନା କଟକଣା: ଗ୍ରାହକ ଅପେକ୍ଷାରେ ଦୁଆରୀ ମଉସାଙ୍କ ରିକ୍ସା - Duari Mallick of Jagatsinghpur

ଜଗତସିଂହପୁର ସହର ଉପକଣ୍ଠ ପାଟଣୀ ଗାଁ ର 75 ବର୍ଷୀୟ ରିକ୍ସା ଚାଳକ ଦୁଆରୀ ମଲ୍ଲିକ । କୋରୋନା କିପରି ତାଙ୍କର ବେଉସା ବୁଡାଇ ଦେଇଛି ସେ ସମ୍ପର୍କରେ କୋହଭରା କଣ୍ଠରେ କ୍ୟାମେରା ଆଗରେ କହିଛନ୍ତି ।

Corona virus Lockdown effect Rikshaw driver Duari Mallick of Jagatsinghpur
କୋରୋନା କଟକଣା, ଗ୍ରାହକ ଅପେକ୍ଷାରେ ଦୁଆରୀ ମଉସାଙ୍କ ରିକ୍ସା
author img

By

Published : Jul 31, 2020, 6:23 AM IST

ଜଗତସିଂହପୁର: ଅଦୃଶ୍ୟ ମହାମାରୀ କୋରୋନା ଦେଇଛି ଅସହ୍ୟ ଦୁଃଖ । ଲକଡାଉନରେ ପ୍ରଭାବିତ ହୋଇଛି ଜୀବନ ଜୀବିକା, ବାଜିରେ ଲାଗିଛି ବେଉସା ।

ରିକ୍ସା ଚଳାଇ ଯାହା ଯାହା କିଛି ଟଙ୍କା ରୋଜଗାର ହୁଏ ସେଥିରେ ଚଳେ ଦୁଆରୀ ମଉସାଙ୍କ ଚାରି ପ୍ରାଣୀ କୁଟୁମ୍ବ । ଜଗତସିଂହପୁର ସହର ଉପକଣ୍ଠ ପାଟଣୀ ଗାଁ ର 75 ବର୍ଷୀୟ ରିକ୍ସା ଚାଳକ ଦୁଆରୀ ମଲ୍ଲିକ । ପରିବାର ପ୍ରତିପୋଷଣ ପାଇଁ ପରିଣତ ବୟସରେ କରିବାକୁ ପଡୁଛି ସଂଘର୍ଷ । କୋରୋନା କିପରି ତାଙ୍କର ବେଉସା ବୁଡାଇ ଦେଇଛି ସେ ସମ୍ପର୍କରେ କୋହ ଭରା କଣ୍ଠରେ କ୍ୟାମେରା ଆଗରେ କହିଛନ୍ତି ।

ଗ୍ରାହକ ଅପେକ୍ଷାରେ ଦୁଆରୀ ମଉସାଙ୍କ ରିକ୍ସା

ସକାଳୁ ସକାଳୁ ନିଜ ରିକ୍ସାଟିକୁ ଧରି ବଜାରକୁ ଚାଲିଆସନ୍ତି । ଯାହାକିଛି ମିଳେ ସେଥିରେ ଚଳି ଯାଉଥିଲା ତେଲ ଲୁଣର ସଂସାର । କିନ୍ତୁ ଲକ ଡାଉନ ଫଳରେ ଏବେ ରାସ୍ତାଘାଟ ଶୁନଶାନ୍ । ଗ୍ରାହକଙ୍କ ଅପେକ୍ଷାରେ ସଞ୍ଜ ନଉଛି ହେଲେ କାହାର ବି ଦେଖା ନାହିଁ । ନିରାଶ ହୋଇ ଘରକୁ ଫେରୁଛନ୍ତି ।

ଘରେ ସ୍ତ୍ରୀ ସହ ଦୁଇଟି ବଢ଼ିଲା ଝିଅ । ସରକାର ଚାଉଳ ଦେଉଛନ୍ତି ହେଲେ ଅନ୍ୟ ସାମଗ୍ରୀ କିଣିବାକୁ ସମ୍ବଳ ନାହିଁ । ପରିଣତ ବୟସରେ ବିଶ୍ରାମ କଥା ପଚାରିବାରୁ ଟିକେ ହସିଦେଇ ରିକ୍ସାକୁ ଆଗକୁ ଗଡେଇ ନେଇଥିଲେ ସେ । କୋରୋନା ସହ ଦୁଆରୀ ମଉସାଙ୍କ ଲଢେଇ ଅନେକଙ୍କୁ ହତବାକ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.