ଜଗତସିଂହପୁର: ଢ଼ିଙ୍କିଆରେ ସ୍ଥାନୀୟ ଲୋକଙ୍କୁ ଭେଟିଲେ କଂଗ୍ରେସ ନେତା ବାପି ସର୍ଖେଲ । ଜଗତସିଂହପୁର ଜିଲ୍ଲାର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ ଅଞ୍ଚଳ ଢ଼ିଙ୍କିଆକୁ ରବିବାର କଂଗ୍ରେସ ନେତା ବାପି ସର୍ଖେଲ ଗସ୍ତ କରିବା ସହ ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ହୋଇଥିବା ପୋଲିସର ଲାଠିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି।
ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଯେଉଁଭଳି ନିର୍ଦ୍ଦୟ ଭାବେ ନିରୀହ ଗ୍ରାମବାସୀଙ୍କୁ ମାଡ଼ ମାରିଲେ ତାହା ଗ୍ରହଣ ଯୋଗ୍ୟ ନୁହେଁ ବୋଲି କହିଥିଲେ। ନିରୀହ ଗ୍ରାମବାସୀ ମାନେ ନିଜର ଭିଟାମାଟି ପାଇଁ ଆନ୍ଦୋଳନ କରୁଥିଲେ। ଶିଳ୍ପ ହେବା ଦରକାର କିନ୍ତୁ ସହମତି ଭିତ୍ତିରେ ଶିଳ୍ପ ହେବା ଉଚିତ। ଡରେଇ ଧମକେଇ ନୁହେଁ। ଜିଲ୍ଲା ପ୍ରଶାସନ ତୁରନ୍ତ ଢ଼ିଙ୍କିଆ ଅଞ୍ଚଳରୁ ପୋଲିସ ହଟାଇବାକୁ କଂଗ୍ରେସ ନେତା ବାପି ସର୍ଖେଲ ଦାବି କରିଛନ୍ତି।
ଏହା ମଧ୍ୟ ପଢନ୍ତୁ: ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ 2 ମୃତ
ସୂଚନାଥାଉକି ଢ଼ିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣବେଳେ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହୋଇଛି । ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ଗ୍ରାମବାସୀ । ବର୍ତ୍ତମାନ ମଧ୍ୟ ଢିଙ୍କିଆ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାମୂଳକ ରହିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ