ETV Bharat / state

Chinese Spy Ship: ଓଡିଶା ଉପକୂଳରେ ଠାବ ହେଲା ଚୀନର ଗୁଇନ୍ଦା ଜାହାଜ

author img

By

Published : Apr 4, 2023, 11:02 AM IST

Updated : Apr 4, 2023, 11:18 AM IST

ଓଡିଶା ଉପକୂଳରେ ଚୀନର ଗୁଇନ୍ଦା ଜାହାଜ ହେ ୟାଙ୍ଗ ସିୟୁକୁ ଦେଖିବାକୁ ମିଳିଛି । ଜାହାଜକୁ ଠାବ କରାଯିବା ପରେ ତଟରଖି ବାହିନୀ ପକ୍ଷରୁ କଡା ନଜର ରଖାଯାଇଛି । ଅଧିକ ପଢନ୍ତୁ

Chinese Spy Ship Spotted Odisha Coast
Chinese Spy Ship Spotted Odisha Coast
Chinese Spy Ship Spotted Odisha Coast

ପାରାଦ୍ବୀପ: ଓଡ଼ିଶା ଉପକୂଳରେ ଚୀନର ଗୁଇନ୍ଦା ଜାହାଜ । ହେ ୟାଙ୍ଗ ସିୟୁ ନାମକ ଏକ ଜାହାଜ ପାରାଦ୍ୱୀପ ଠାରୁ ମାତ୍ର 161 ନଟି ମାଇଲ ଦୂରରେ ଠାବ ହୋଇଛି । ଜାହାଜଟି ନଜରକୁ ଆସିବା ପରେ ତଟରଖି ବାହିନୀ ପକ୍ଷରୁ ଏହା ଉପରେ ତୀକ୍ଷ ନଜର ରଖାଯାଇଥିବା ସୂଚନା ମିଳିଛି । ଚୀନର ବିସ୍ତାର ବାଦୀ ଚିନ୍ତାଧାରା ପଡୋଶୀ ଦେଶ ମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପୂର୍ବରୁ ଚୀନ ସ୍ପାଏ ବେଲୁନ ସହାୟତାରେ ଆମେରିକାରେ ଗୁଇନ୍ଦା ଗିରି କରୁଥିଲା । ଏହା ଜଣା ପଡିବା ପରେ ଆମେରିକା ପକ୍ଷରୁ ଏହାକୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦିଆଯାଇଥିଲା ।

ଏବେ ଭାରତୀୟ ଜଳସୀମାରେ ଚୀନର ଏହି ଜାହାଜ ଠାବ ହେବା ପରେ ଉଦବେଗ ପ୍ରକାଶ ପାଇଛି । ପାରାଦ୍ୱୀପ ବନ୍ଦର ଠାରୁ 161 ନଟି ମାଇଲ ଦୂରରେ ଥିବା ଏହି ଜାହାଜଟିର ଓଜନ 2ହଜାର ଟନ ରହିଛି । ଯାହା ଉପରେ ତଟରଖି ବାହିନୀର ନଜର ରଖିଛି । ଏଥିସହ ପାରାଦ୍ୱୀପ ବନ୍ଦରର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରି ଦିଆଯାଇଛି । ଓଡ଼ିଶା ଉପକୂଳ ଅଞ୍ଚଳରେ ବାଲେଶ୍ଵରର ଅବଦୁଲ କଲମ କ୍ଷେପଣାସ୍ତ୍ର ଘାଟି ସାଙ୍ଗକୁ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର ରହିଛି । ସେହିପରି ପୁରୀ ମଧ୍ୟ ସୁରକ୍ଷା ବେଶ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ଖବର ମିଳିବା ପରେ ତଟରଖି ବାହିନୀ ଓ ନୌ ସେନା ପକ୍ଷରୁ କଡା ନଜର ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ-AIIMS Launches Millet In Diet: ଏମସ୍‌ ଖାଦ୍ୟରେ ସାମିଲ ହେଲା ମାଣ୍ଡିଆ

ଗତ ମାର୍ଚ୍ଚ 16 ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ନାନପୁରରୁ ଏକ ସନ୍ଦିଗ୍ଧ ପାରାକୁ ଉଦ୍ଧାର କରାଯାଇଥିଲା । ପାରା ଗୋଡ଼ରେ ୩ଟି ରିଙ୍ଗ ରହିଥିଲା । ଯେଉଁଥିରେ ଇଂରାଜୀରେ READY BSP DN ଲେଖାହୋଇଥିଲା । ସେହିପରି ଆଉ ଏକ ରିଙ୍ଗରେ ୩୧ ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ପାରା ପର ଭିତରେ ମଧ୍ୟ ଷ୍ଟାମ୍ପ ମରାଯାଇଥିବା ଜଣାପଡିଥିଲା । ପ୍ରଥମେ ପାରାଟି ନାନପୁର ଗ୍ରାମର ପତି ସାହିରେ ଜଣଙ୍କ ଘର ଉପରେ ଥିବା ପାରା ଭାଡ଼ିରେ ଆସି ବସୁଥିଲା । ପାରାକୁ ଆଣି ଦେଖିବା ପରେ ତାର ପାଦରେ ରିଙ୍ଗ ଲାଗିଥିବା ଓ ଇଂରାଜୀରେ କିଛି ଲେଖା ଥିବା ଦେଖିବାକୁ ମିଳିଥିଲା । ଏହି ସନ୍ଦିଗ୍ଧ ପାରା ଠାବ ପରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ବନ ବିଭାଗକୁ ପାରାକୁ ହସ୍ତାନ୍ତର କରିଥିଲା ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀର VSS ନଗରରେ ବାଣ ବିସ୍ଫୋରଣ, ଯୁବକ ମୃତ

ଇଟିଭି ଭାରତ, ଜଗତସିଂହପୁର

Last Updated : Apr 4, 2023, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.