ଜଗତସିଂହପୁର: ଶ୍ମଶାନରେ ଜଳୁଛି ଲକ୍ଷାଧିକ ଟଙ୍କାର ଔଷଧ। ଏତେ ପରିମାଣର ଔଷଧ କିଏ ଓ କେମିତି ଆଣି ଏଠାରେ ପଡିଲା ତାହା ଜଣା ପଡ଼ିନାହିଁ। ଏହି ଶ୍ମଶାନଟି ଜନବସତି ଠାରୁ ଦୂରରେ ରହିଛି।
କେହି ଯେପରି କିଛି ଜାଣି ନପାରିବେ ସେଥିପାଇଁ ରାତି ଅଧିଆ 2ଟି ଟା ଟାକ୍ଟର ସାହଯ୍ୟରେ କେହିଜଣେ ଦୁର୍ବୃତ୍ତ ସରକାରୀ ମେଡିସିନ ଓ ସାଲାଇନ ଆଣି ଜାଳି ଦେଇଥିବା ଖବର ମିଳିଛି। ଘଟଣାଟି ଦେଖିବାକୁ ମିଳିଛି ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ତରଡାପଡା ଅନ୍ତର୍ଗତ ଚାନ୍ଦୁରା ଶ୍ମଶାନରେ।
ଗ୍ରାମବାସୀମାନେ ଏହାକୁ ଦେଖିବା ପରେ ସେଠାରେ ପହଁଞ୍ଚିଲା ବେଳକୁ ଦ୍ରୁତ ଗତିରେ ଟାକ୍ଟର ଓ ମେଡିସିନ ପୋଡୁଥିବା ଲୋକେ ପଳାଇ ଯାଇଥିଲେ। ତେବେ ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛି କୁହାଯାଇ ନାହିଁ।
ଏତେ ପରିମାଣର ଔଷଧ କେଉଁଠୁ ଆସିଲା ଓ ଏହାକୁ କିଏ ଜାଳିଲା ଏହାକୁ ନେଇ ପ୍ରଶ୍ନ ଉଠିଛି। ଏହା ସରକାରୀ ଔଷଧ ନା ଜିଏସଟି ଫାଙ୍କିବା ପାଇଁ କୌଣସି ମେଡିସିନ ହୋଲସେଲର ଏଠାରେ ମେଡିସିନ ପଡିଛି ତାହା ଜଣାପଡିନାହିଁ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ