ଜଗତସିଂହପୁର: ଜିଲ୍ଲାରେ ଶନିବାର ଆଉ ୬ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରନ୍ତ ନିକଟରେ ମହାରାଷ୍ଟ୍ର, ପଶ୍ଚମବଙ୍ଗ, ତାମିଲନାଡୁ ଆଦି ରାଜ୍ୟରୁ ଫେରିଥିବା ନେଇ ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କ ସ୍ବାବ ନମୂନା ପଜିଟିଭ ଆସିବାପରେ ସେମାନଙ୍କୁ ଭୂବନେଶ୍ବର କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଏମାନେ ସମସ୍ତେ ନିଜ ନିଜ ପଞ୍ଚାୟତରେ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିଲେ।
ଚିହ୍ନଟ ହୋଇଥିବା ଛଅ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ବାଲିକୁଦାର ହୋଇଥିବା ବେଳେ ଓ ଜଣେ ତିର୍ତୋଲରୁ ଥିବା ଜଣାପଡିଛି । ଏମାନଙ୍କଠାରେ କିଛି ଲକ୍ଷଣ ନଥିବା ଜିଲ୍ଲାପାଳ କହିଛନ୍ତି । ତେବେ ଏହି ନୂଆ ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬ରେ ପହଁଞ୍ଚିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ