ଜଗତସିଂହପୁର: 5ଟି ସଚିବ ଭିକେ ପାଣ୍ଡିଆନ ଆଜି ଦ୍ବିତୀୟ ଦିନରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟର ସମୀକ୍ଷା କରିଛନ୍ତି। 5ଟି ସଚିବଙ୍କ ଜଗତସିଂହପୁର ଗସ୍ତର ଦ୍ବିତୀୟ ଦିନ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣଧୀନ ‘ଆମ ହସ୍ପିଟାଲ’ କାର୍ଯ୍ୟ ଡିସେମ୍ବର, ୨୦୨୩ ସୁଦ୍ଧା ସଂପୂର୍ଣ ହେବ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣଧନ ‘ମାତୃ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର’ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ମା’ ଶାରଳା ମନ୍ଦିର ଓ ପାରିପାର୍ଶ୍ବକ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଜୟପୁର-କଟିକଟା ବ୍ରିଜ ନିର୍ମାଣ କାର୍ଯ୍ୟ ଏପ୍ରିଲ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ବୋଲି ଘୋଷଣା କରିଥିଲେ । ପ୍ରଥମେ 5T ସଚିବ ଜଗତସିଂହପୁର ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ ସହ ଆଲୋଚନା କରିଥିଲେ ।
ଆମ ହସ୍ପିଟାଲ ଯୋଜନାରେ ନିର୍ମାଣଧନ ଚିକିତ୍ସାଳୟ ବର୍ହି ବିଭାଗରେ ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ । ଚିକିତ୍ସାଳୟ ପରିସରରେ ନିର୍ମାଣଧନ ମାତୃ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ 5ଟି ସଚିବ ତିର୍ତ୍ତୋଲ ବ୍ଲକର କନକପୁରସ୍ଥିତ ଜଗତସିଂହପୁର ଜିଲ୍ଲାର ଅଧ୍ୟାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ସେ ମନ୍ଦିର ସେବାୟତ, ପୁରୋହିତ ଓ ଜନସାଧାରଣଙ୍କ ସହିତ ମା’ ଶାରଳା ମନ୍ଦିର ସମନ୍ବିତ ବିକାଶ ଓ ପାରିପାର୍ଶ୍ବିକ କାର୍ଯ୍ୟର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ । ସହଜ ଟ୍ରାଫିକ ବ୍ୟବସ୍ଥା ନିମନ୍ତେ ମା’ ଶାରଳାଙ୍କ ମନ୍ଦିରକୁ ଏକ ବିକଳ୍ପ ନୂଆ ରାସ୍ତା ନିର୍ମାଣ ସମ୍ପର୍କରେ ବିଚାର କରିବାକୁ ପରାମର୍ଶ ଦେବା ସହ ମା’ ଶାରଳା ମନ୍ଦିର ଉନ୍ନୟନ ଓ ପାରିପାର୍ଶ୍ବିକ କାର୍ଯ୍ୟ ନିମନ୍ତେ ଜମି ଅଧିଗ୍ରହଣ ଉପରେ ଅଗ୍ରାଧିକାର ଦେଇଥିଲେ ।
ଏହାପରେ 5T ସଚିବ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଛପଡ଼ା, କେରକେରା ଠାରେ ଥିବା ଗୋରେଖନାଥ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ବିକାଶ, ସୌନ୍ଦର୍ଯ୍ୟକରଣ ଏବଂ ତୀର୍ଥଯାତ୍ରୀମାନଙ୍କ ସୁବ୍ୟବସ୍ଥା କରିବା ପାଇଁ ମନ୍ଦିରର ସେବାୟତ, ପୁରୋହିତ, ନିର୍ବାହୀ ଅଧିକାରୀ ଏବଂ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ପରେ 5T ସଚିବ ସଚିବ ରଘୁନାଥପୁର ବ୍ଲକର ଜୟପୁର ଠାରେ ଅବସ୍ଥିତ ବୟନ ଗ୍ରାମ ପରିଦର୍ଶନରେ ଯାଇଥିଲେ । ସେଠାରେ ମହିଳା ବୁଣାକାରମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ଗୁଡ଼ିକୁ ଦେଖିଥିଲେ ।
ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜୟପୁର ଠାରେ ମହାନଦୀ ଉପରେ ନିର୍ମାଣଧନ ଜୟପୁର-କଟିକଟା ବ୍ରିଜ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଉକ୍ତ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଶେଷରେ 5 T ସଚିବ ବିରିଡ଼ି ବ୍ଲକ ଅନ୍ତର୍ଗତ ପଂଚସଖା ଧାନକୁଦ ପୀଠ ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ପୀଠର ପାରିପାର୍ଶ୍ବକ ବିକାଶ ପାଇଁ ସେ ପୀଠର ସେବାୟତ, ପୁରୋହିତ ଓ ଜନସାଧାରଣମାନଙ୍କ ସହିତ ଆଲୋଚନା କରିଥିଲେ । ଏତଦବ୍ୟତୀତ ଧାନକୁଦ ପୀଠରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗ ଶୁଣାଣୀ କରି ଏହାର ଆଶୁ ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । 5T ସଚିବଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର. ଭିନିଲ କ୍ରୀଷ୍ଣା, ଜିଲ୍ଲାପାଳ ପାରୁଲ ପଟାୱରୀ, ଆରକ୍ଷୀ ଅଧ୍ୟକ୍ଷକ ରାହୁଲ ପି.ଆର ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଜଗତସିଂହପୁର