ETV Bharat / state

ଜଗତସିଂହପୁରରେ ବର୍ଷାର ତାଣ୍ଡବ: 53 ହଜାର ଚାଷ ଜମି ଜଳମଗ୍ନ, 19 ଶହ ଲୋକ ସ୍ଥାନାନ୍ତର - rain affect in jagatsinghpur

ଜଗତସିଂହପୁର ଜିଲ୍ଲାପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଲଘୁଚାପ ଜନିତ ପ୍ରବଳ ବର୍ଷା ଫଳରେ 75ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ 28ଟି ଗୁହାଳ ଘର ଭାଙ୍ଗିଯାଇଛି । ସେପଟେ ଗାଁ ଦାଣ୍ଡରେ ଖେଳୁଛି ମାଛ । ଅଧିକ ପଢନ୍ତୁ...

ଜଗତସିଂହପୁରରେ ବର୍ଷା ତାଣ୍ଡବ: 53 ହଜାର ଚାଷ ଜମି ଜଳମଗ୍ନ, 19 ଶହ ଲୋକ ସ୍ଥାନାନ୍ତର

author img

By

Published : Sep 13, 2021, 8:41 PM IST

ଜଗତସିଂହପୁର: ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଫଳରେ ଜୀବନ ଯାତ୍ରା ବ୍ୟାହତ ହୋଇପଡିଛି । ଆଜି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଲଘୁଚାପ ଜନିତ ପ୍ରବଳ ବର୍ଷା ଫଳରେ 75ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ 28 ଗୁହାଳ ଘର ଭାଙ୍ଗିଯାଇଛି । ସେହିଭଳି ପ୍ରବଳ ବର୍ଷା ଯୋଗୁଁ 52 ହଜାର, 9 ଶହ 74 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । 68.9 ହେକ୍ଟର ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି । ଜିଲ୍ଲାରେ 19 ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଥିବାବେଳେ ସନ୍ଧ୍ୟା ସୁଦ୍ଧା ବର୍ଷା ଛାଡି ଯାଇଥିବାରୁ ସେମାନଙ୍କ ମଧ୍ୟରୁ ଏକ ହଜାର ଲୋକ ସେମାନଙ୍କ ଘରକୁ ଫେରିଛନ୍ତି । ଜିଲ୍ଲାର ଡ୍ରେନେଜ ବିଭାଗ ପକ୍ଷରୁ 6ଟି ସୁଇସ ଗେଟ ଖୋଲାଯାଇ ଉଦବୃତ ଜଳ ନିଷ୍କାସନ କରାଯାଉଛି । ଆସନ୍ତାକାଲି ସୁଦ୍ଧା ଯଦି ବର୍ଷlର ପରିମାଣ ହ୍ରାସ ପାଏ, ତେବେ ସମ୍ପୂର୍ଣ୍ଣ ଜଳ ନିଷ୍କାସନ କରାଯାଇ ପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ବର୍ଷା ଯୋଗୁଁ ଜିଲ୍ଲାରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିବାବେଳେ ଏହାକୁ ସ୍ୱାଭାବିକ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ଜଗତସିଂହପୁର ସହରକୁ ଅପରାହ୍ନ ୨ଟା ସୁଦ୍ଧା ବିଦ୍ୟୁତ ଯୋଗାଇ ଦିଆଯାଇଥିବା କୁହାଯାଇଛି ।

ଜଗତସିଂହପୁରରେ ବର୍ଷା ତାଣ୍ଡବ: 53 ହଜାର ଚାଷ ଜମି ଜଳମଗ୍ନ, 19 ଶହ ଲୋକ ସ୍ଥାନାନ୍ତର

ସେପଟେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଗାଁ ଦାଣ୍ଡରେ ଖେଳୁଛନ୍ତି ମାଛ । ଲୋକେ ବି ଏହାର ମଜା ନେଉଛନ୍ତି । କିଏ ଆଣ୍ଠୁଏ ପାଣିରେ ଜାଲ ପକାଇ ମାଛ ଧରୁଛି ତ ଆଉ କିଏ ଗାମୁଛା ସାହଯ୍ୟରେ । ଏହିଭଳି ଘଟଣା ଜିଲ୍ଲାର ଅଧିକାଂଶ ଗାଁମାନଙ୍କରେ ଦେଖିବାକୁ ମିଳୁଛି । ଗତ ଶନିବାର ଠାରୁ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଗଡ଼ିଆ ପୋଖରୀ ଏକାକାର ହୋଇଯାଇଛି । ଫଳରେ ଦେଶୀ ଚୁନା ମାଛ ପୋଖରୀରୁ ଉଠିଆସି ଗାଁ ଦାଣ୍ଡରେ ଖେଳୁଥିବା ଲୋକେ ଦେଖିବାକୁ ପାଇଥିଲେ। ତେବେ ଏହି ସୁଯୋଗ କେହି ହାତଛଡା କରିବାକୁ ଚାହିଁ ନଥିଲେ। ସେ ବୁଢା ହେଉ କି ପିଲା, ସମସ୍ତେ ବର୍ଷାକୁ ଖାତିର ନକରି ଗାଁ ଦାଣ୍ଡରୁ ମାଛ ଧରିବା ଆରମ୍ଭ କରିଦେଇଥିଲେ । ଜିଲ୍ଲାର ଅଧିକାଂଶ ବ୍ଲକର ବିଭିନ୍ନ ଗାଁରେ ଏହିଭଳି ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ସମ୍ପ୍ରତି ବର୍ତ୍ତମାନ ଦେଶୀ ଓ ଚୁନାମାଛ ଗାଁ ମାନଙ୍କରେ କାଁଭାଁ ମିଳୁଥିବାବେଳେ ଲଘୁଚାପ ବର୍ଷା ସମସ୍ତଙ୍କ ପାଇଁ ଚୁନାମାଛର ସ୍ୱାଦ ନେଇ ଆସିଥିବା ଚର୍ଚ୍ଚା ହେଉଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.