ଜଗତସିଂହପୁର: ସହରର ସ୍ବାମୀ ବିବେକାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର କ୍ବାରେଣ୍ଟାଇନ କେନ୍ଦ୍ର ଓ ଏହାର ଆଖପାଖ ଦୁଇଶହ ମିଟର ପରିଧି ମଧ୍ୟରେ ଜିଲା ପ୍ରଶାସନ ପକ୍ଷରୁ ଆଜି 144 ଜାରି କରାଯାଇଛି । ଜିଲ୍ଲାପାଳ ଆଜି ଏହା ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ ସ୍ବାମୀ ବିବେକାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର ସଂଘରୋଧ କେନ୍ଦ୍ରରେ ପ୍ରବାସୀମନେ ରହିବାର ବ୍ୟବସ୍ଥା କରାଯାଇ ଥିଲେ ବି ସେମାନେ ଅନେକାଂଶରେ ବାହାରେ ବୁଲାବୁଲି କରିବା ସହ ନିଜ ପରିବାର ଲୋକେଙ୍କୁ ଭେଟୁଥିଲେ । ଏପରିକି ସ୍ଥାନୀୟ ଦୋକାନ ବଜାରକୁ ଯାଅ ଆସ କରୁଥିବାର ଖବର ପ୍ରଶାସନ ନିକଟରେ ପହଞ୍ଚି ଥିଲା । ଯାହାକୁ ନେଇ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଥିବା କୁହାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ