ETV Bharat / state

କ୍ଷେତରେ ଲହଡି ଭାଙ୍ଗୁଛି ବର୍ଷା ପାଣି: ଚାଷ ନଷ୍ଟ ହେବା ଭୟରେ ଚିନ୍ତାରେ ଚାଷୀ - ଚାଷୀ ସମସ୍ୟା

ଗଞ୍ଜାମ ନେଟେଙ୍ଗା ପଞ୍ଚାୟତର ବହୁ ଚାଷ ଜମିରେ ଲହଡି ମାରୁଛି ବର୍ଷା ପାଣି । ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

କ୍ଷେତରେ ଲହଡି ଭାଙ୍ଗୁଛି ବର୍ଷା ପାଣି: ଚାଷ ନଷ୍ଟ ହେବା ଭୟରେ ଚିନ୍ତାରେ ଚାଷୀ

author img

By

Published : Jul 18, 2022, 11:42 AM IST

ଭଞ୍ଜନଗର: ସରୁନି ଚଷା ପୁଅର ଦୁଃଖ । କେତେବେଳ ରୋଗପୋକ ତ ଆଉ କେତେବେଳେ ଅଦିନିଆ ବର୍ଷାରେ ଚାଷୀର ସୁନାର ଫସଲ ଧୋଇ ହୋଇ ଯାଉଛି । ଆଉ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି ଅଦିନିଆ ଲଗାଣ ବର୍ଷା । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନେଟେଙ୍ଗା ପଞ୍ଚାୟତର ବହୁ ଚାଷ ଜମିରେ ପାଣି ଲହଡି ଭାଙ୍ଗୁଛି । ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଲିଆଖାଇ ନାଳରେ ପାଣି ନିଷ୍କାସନ ହୋଇ ନ ପାରି ଚାଷ ଜମିରେ ପାଣି ଜମି ରହିଛି । ଫଳରେ ଧାନ ତଳି ପଚିନଷ୍ଟ ହେବାକୁ ବସିଲାଣି ।

କ୍ଷେତରେ ଲହଡି ଭାଙ୍ଗୁଛି ବର୍ଷା ପାଣି: ଚାଷ ନଷ୍ଟ ହେବା ଭୟରେ ଚିନ୍ତାରେ ଚାଷୀ

ବର୍ଷା ପାଣି ଯଦି ନିଷ୍କାସନ ନ ହୁଏ । ତେବେ ଚଳିତ ବର୍ଷ ଏହି ଅଞ୍ଚଳର ଶହ ଶହ ଏକର ଚାଷ ଜମି ପଡିଆ ପଡ଼ିଯିବ l ସେଥିପାଇଁ ସରକାର ଦାୟୀ ରହିବ l କାହିଁକି ନା ଭାଲିଆ ଖାଇ ନାଳର ପୁନଃରୁଦ୍ଧାର ପାଇଁ ଚାଷୀମାନେ ଦୀର୍ଘଦିନ ହେଲା ଅଭିଯୋଗ କରି ଆସୁଛନ୍ତି । ହେଲେ ଚାଷୀଙ୍କ ଦାବି କେହି ଶୁଣିଲେ ନାହିଁ l ଯାହା ଫଳରେ ନାଳରେ ପାଣି ଯିବା ପରିବର୍ତ୍ତେ ଗାଁ ମୁହାଁ ହେଉଛି ବର୍ଷା ପାଣି l

ଅନ୍ୟପଟେ ଏହି ଭାଲିଆଖାଇ ନାଳଟି ପୂର୍ବରୁ ବହୁତ ଚଉଡ଼ା ଥିଲା । ଯାହା ଫଳରେ ପାଣି ନିଷ୍କାସନରେ କୌଣସି ଅସୁବିଧା ନଥିଲା l ବର୍ତ୍ତମାନ ନାଳକୁ କେତେକ ସ୍ଥାନରେ ଜବରଦଖଲ କରାଯାଇଛି । ଯାହା ଫଳରେ ନାଳଟି ସଙ୍କୁଚିତ ହୋଇଗଲାଣୀ । ଯାହାକି ଏବେ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଚଳିତ ବର୍ଷ ଯଦି ଚାଷ ନ ହୁଏ, ତା ହେଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେବେ ବୋଲି ଚାଷୀ କହିଛନ୍ତି । ତୁରନ୍ତ ଏହି ଜଳବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଚାଷୀ l

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.