ETV Bharat / state

Fertilizer Project Dispute: ପାଚେରୀ ନିର୍ମାଣକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

author img

By

Published : Feb 16, 2023, 10:11 AM IST

ପୁଣି ଥରେ ମୁଣ୍ଡ ଟେକିଛି ସ୍ମାର୍ଟକମ୍ ପ୍ରକଳ୍ପ ବିବାଦ । ଦୀପକ ଫଟିଲାଇଜରରେ ପାଚେରୀ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିବା ସହ ପୋଲିସ- ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି ।

Fertilizer Project Dispute
Fertilizer Project Dispute
Fertilizer Project Dispute

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ପଞ୍ଚାୟତ ନିକଟରେ ସ୍ମାର୍ଟକମ୍ ଟେକ୍ନୋଲୋଜି ପ୍ରକଳ୍ପ ନିର୍ମାଣ କରାଯିବାକୁ ନେଇ ଗ୍ରାମବାସୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ପୁଣିଥରେ ଉଗ୍ର ରୂପ ନେଇଛି । ସୋମବାର ଠାରୁ ପୋଲିସ ଉପସ୍ଥିତିରେ ପ୍ରସ୍ଥାବିତ ପ୍ରକଳ୍ପ ସ୍ଥଳ ନିକଟରେ ପୋଲିସ ଉପସ୍ଥିତିରେ ପାଚେରୀ ନିର୍ମାଣ କରାଯିବାକୁ କେନ୍ଦ୍ରକରି ଚାପା ଉତ୍ତୋଜନା ଦେଖାଦେଇଥିଲା । ତେବେ ଗ୍ରାମବାସୀମାନେ ବୁଧବାର ସାମୁହିକ ଭାବରେ ପଞ୍ଚାୟତରେ ନିର୍ମାଣ ହେବାକୁ ଯାଉଥିବା ଦୀପକ ଫଟିଲାଇଜର ନିକଟକୁ ଆସି ପାଚେରୀ ନିର୍ମାଣ ହେଉଥିବା କାର୍ଯ୍ୟକୁ ବିରୋଧ କରିଥିଲେ । ତେବେ ଗ୍ରାମବାସୀ ଏବଂ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିବାରୁ ଲାଠିଚାଳନା କରିଥିଲା ପୋଲିସ ।

ଇସ୍ପାତ କାରଖାନା ନିର୍ମାଣ କରିବାକୁ ପୂର୍ବରୁ ଜମି ଅଧିଗ୍ରହଣ କରାଯାଇଥିଲା । ପୂର୍ବରୁ କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ନେଇ ପୋଲିସ ପକ୍ଷରୁ ପ୍ରକଳ୍ପ ଜମିରେ ପାଚେରୀ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଏହାକୁ ନେଇ ବ୍ୟାରିକେଟ୍ କରାଯାଇ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ପ୍ରାୟ ପାଞ୍ଚଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ପ୍ରକଳ୍ପ ସ୍ଥଳ ନିକଟକୁ ଯିବାକୁ ଉଦ୍ୟମ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ପକ୍ଷରୁ କଡନ୍ କରି ରଖାଯାଇଥିବା ଲୁହା ବ୍ୟାରିକେଟରେ ଗ୍ରାମର ମହିଳାମାନେ ଜୋର ଜବରଦସ୍ତ ହଟାଇବାକୁ ଉଦ୍ୟମ କରିଥିବା ଦେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟକେମ୍ ପ୍ରକଳ୍ପ ବିବାଦ, ପୋଲିସ ଉପସ୍ଥିତିରେ ଆରମ୍ଭ ହେଲା ପାଚେରୀ ନିର୍ମାଣ, ଗ୍ରାମରେ ଚାପା ଉତ୍ତେଜନା

ଗତ କିଛି ମାସ ତଳେ ଦୀପକ ଫଟିଲାଇଜର କମ୍ପାନୀର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀମାନେ ସାମୁହିକ ଭାବରେ ପ୍ରକଳ୍ପସ୍ଥଳ ପରିସରରେ ଧସେଇ ପଶି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ । ହେଲେ ଏହାପରେ ଗ୍ରାମବାସୀଙ୍କ ଦାବିକୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଏହାକୁ ନେଇ ଅନେକବାର ବୈଠକ ହେବା ପରେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇପାରିନଥିଲା । ଗ୍ରାମବାସୀ ବିଷାକ୍ତ ସାର କାରଖାନା ନକରାଇବାକୁ ଦାବି କରିବା ସହ ଏହାର ପରିବର୍ତ୍ତେ ଯେଉଁ କମ୍ପାନୀ ହେଲେ ତାହାକୁ ସମର୍ଥନ କରିବେ ବୋଲି ନିଜ ଜିଦରେ ଅଟଳ ରହିଥିଲେ ।

ଏହା ପରେ ପ୍ରାୟ ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇ ପୋଲିସ ଉପସ୍ଥିତିରେ ଟାଟା ଅଧିକୃତ ଜମିରେ ଦୀପକ ଫର୍ଟିଲାଇଜର କମ୍ପାନୀର ପାଚେରୀ ନିର୍ମାଣ ମଙ୍ଗଳବାର ଠାରୁ ଆରମ୍ଭ କରାଯାଇଥିଲା । ସେପଟେ ଧସେଇ ପଶିବାକୁ ଉଦ୍ୟମ କରୁଥିବା ଗ୍ରାମର କେତେକ ବ୍ୟକ୍ତିବିଶେଷଙ୍କୁ ପୋଲିସ ଅଟକ ଧରିବା ବେଳେ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଅଟକ ରହିଥିବା ବ୍ୟକ୍ତିବିଶେଷଙ୍କୁ ଛାଡିବା ପାଇଁ ଗ୍ରାମବାସୀଙ୍କ ଜିଦ୍ ଧରିଥିବା ବେଳେ ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ତେବେ ପାଚେରୀ କାମରୁ ଯଦି ବନ୍ଦ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.