ETV Bharat / state

ଦିଗପହଣ୍ଡି: ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇଭାଇ ଗିରଫ - ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି ଥାନା ଅଞ୍ଚଳ ବନ୍ଥପଲ୍ଲୀ ଗ୍ରାମରେ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ। ଜୁଆ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରିଥିଲେ ଦୁଇ ଭାଇ । ଅଧିକ ପଢ଼ନ୍ତୁ...

ଦିଗପହଣ୍ଡି: ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇଭାଇ ଗିରଫ

author img

By

Published : Oct 26, 2020, 9:41 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଞ୍ଚଳ ବନ୍ଥପଲ୍ଲୀ ଗ୍ରାମରେ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ। କିଛିଦିନ ତଳେ ବନ୍ଥପଲ୍ଲୀ ଗ୍ରାମର ବଚନ ସ୍ବାଇଁ ନାମକ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଘଟଣାକୁ ନେଇ ଛାନଭିନ ଜାରି ରହିଥିବାବେଳେ ଆଜି ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବନ୍ଥପଲ୍ଲୀ ଗ୍ରାମର ବଚନ ସ୍ବାଇଁଙ୍କୁ ହତ୍ୟା କରିଥିଲେ ଦୁଇ ଭାଇ। ଗିରଫ ହୋଇଥିବା ଦୁଇଜଣ ଯୁବକ ସେହି ଗାଁର କଙ୍ଗୁରୁ ଭୂୟାଁ ଓ ତାଙ୍କ ଭାଇ କାଳିଆ ଓରଫ୍ ସୁଶାନ୍ତ ଭୂୟାଁ ବୋଲି ସୂଚନା ମିଳିଛି । ଦୁଇଭାଇଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ହୋଇଥିବା ରକ୍ତଭିଜା ଛୁରୀ ଏବଂ ଠେଙ୍ଗାକୁ ମଧ୍ୟ ଜବତ କରିଛି ପୋଲିସ ।

ପୋଲିସ ପକ୍ଷରୁ ମିଳିଥିବା ସୂଚାନୁଯାୟୀ ବଚନ ଏବଂ କାଳିଆଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବଚସା ମଧ୍ୟ ହୋଇଥିଲା। ଗତ ୨4 ତାରିଖ ବନ୍ଥପଲ୍ଲୀ ଗ୍ରାମରେ ଗାଁର ଟୁଟୁ ଭୂୟାଁ ନାମକ ଜଣେ ଯୁବକଙ୍କ ଘରେ ଜୁଆ ଖେଳ ଆରମ୍ଭ ହୋଇଥିଲା। ତେବେ ସେହିଦିନ ଟିଟୁ ଭୂୟାଁ, ପେଟା ବିଷୋୟୀ, ସୁଶାନ୍ତ ଭୂୟାଁ ଏବଂ ବଚନ ସ୍ବାଇଁ ଙ୍କ ମଧ୍ୟରେ ଜୁଆଖେଳ ଚାଲିଥିଲା। ପାଞ୍ଚ ହଜାର ଟଙ୍କାକୁ ନେଇ ବଚନ ଓ ସୁଶାନ୍ତ ମଧ୍ୟରେ ବଚସା ହୋଇଥିଲା।

ଏହାପରେ କାଳିଆ ସହ ମଧ୍ୟ ବଚସା ହୋଇଥିଲା। ବଚନ ଏକ ବୋତଲରେ କାଳିଆ ଉପରକୁ ଆକ୍ରମଣ କରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ କାଳିଆ ଧାରୁଆ ଛୁରୀ ସାହାଯ୍ୟରେ ବଚନକୁ ଆକ୍ରମଣ କରିଥିଲା । ଏହାପରେ କଙ୍ଗୁରୁ ମଧ୍ୟ ଏକ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ବଚନର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

ଘଟଣାକୁ ନେଇ ଦିଗପହଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏହାର ତଦନ୍ତ କରି ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଭଜରାମ ଭୂୟାଁ , ପଞ୍ଚୁ ଭୂୟାଁ ଓ ଶଙ୍କର ଭୂୟାଁ ଏବେବି ଫେରାର ରହିଛନ୍ତି । ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ପୋଲିସ ସୂଚନା ଦେଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ.

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.