ETV Bharat / state

ସାହାଯ୍ୟ ଆଳରେ ଲୁଟୁଥିଲେ ଏଟିଏମ, ଧରିଲା ପୋଲିସ

author img

By

Published : Nov 17, 2020, 7:05 PM IST

ସାହାଯ୍ୟର ଆଳ ଦେଖାଇ ଟଙ୍କା ଲୁଟୁଥିବା ଦୁଇ ଏଟିଏମ ଲୁଟେରାଙ୍କୁ ଧରିଲା ଗଞ୍ଜାମ ପୋଲିସ । ଲୁଟିଛନ୍ତି ଲକ୍ଷ ଲକ୍ଷ । ପଢନ୍ତୁ ଅଧିକ...

ସାହାର୍ଯ୍ୟ ଆଳରେ ଲୁଟୁଥିଲେ ଏଟିଏମ , ଧରିଲା ପୋଲିସ

ବ୍ରହ୍ମପୁର: ସାହାଯ୍ୟ ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଦୁଇ ଏଟିଏମ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛି ଗଞ୍ଜାମ ପୋଲିସ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଅସଲି ଏଟିଏମ୍‌ କାର୍ଡ଼କୁ ବଦଳାଇ ଅନ୍ୟ ଏକ କାର୍ଡ ଦେଇ ଟଙ୍କା ଉଠାଇ ଠକି ନେଉଥିଲେ ଦୁଇ ଅଭିଯୁକ୍ତ ।

ତେବେ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ ନଗଦ 2 ଲକ୍ଷ ୭୦ ହଜାର ଟଙ୍କା, ସୁନା ମୁଦି, ତିନୋଟି ମୋବାଇଲ ଓ ଦୁଇ ମୋଟର ସାଇକେଲ ସମେତ ୧୦ ଗୋଟି ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ ଜବତ କରିଛି ।

ଗତ ମାସର ୧୦ ତାରିଖରେ ଛତ୍ରପୁର ବ୍ଲକର ହଂସପୁର ଅଞ୍ଚଳର ନିତାଇ ପ୍ରଧାନ ଏଟିଏମ ଟଙ୍କା ଉଠାଇବା ପାଇଁ ଯାଇଥିବା ସମୟରେ ସାହାଯ୍ୟ ଆଳରେ ଗିରଫ ଲୁଟେରା ଜଣଙ୍କ ଏଟିଏମ କାର୍ଡଟିକୁ ବଦଳାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଚାରି ହଜାର ୮୦୦ ଟଙ୍କା ଅଚାନକ ଉଠାଣ ହୋଇଯିବାରୁ ସେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ ।

ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଥାନା ଅଧିକାରୀ, ଚମାଖଣ୍ଡି ଥାନା ଅଧିକାରୀ ଏବଂ ସାଇବେର ସେଲକୁ ନେଇ ଏକ ଟିମ୍ ଗଠନ କରାଯାଇଥିଲେ । ଏହି ଟିମ ଏହି ଦୁଇ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେଭଳି ଗିରଫ ଅଭିଯୁକ୍ତମାନେ ରାଜ୍ୟର ନୟାଗଡ ଠାରୁ ଆରମ୍ଭ କରି ମାଲକାନଗିରି ଭଳି ବିଭିନ୍ନ ଜିଲ୍ଲାରେ ୧୯ରୁ ଊର୍ଦ୍ଧ୍ବ ଏଭଳି ଲୁଟରେ ସଂପୃକ୍ତ ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ।

ଏଟିଏମର ସଠିକ ବ୍ୟବହାର ସବୁ ବର୍ଗର ବ୍ୟକ୍ତିବିଶେଷ କରିପାରୁନଥିବାବେଳେ ଏହାର ସୁଯୋଗ ନେଇ ଲୁଟେରାମାନେ ଏପରି କରିବାରେ ସକ୍ଷମ ହେଇଥିବା ପୋଲିସ କହିଛି । ତେବେ ଦୁଇ ଲୁଟେରା ଗିରଫ ହେବା ପରେ ମୁହଁ ଖୋଲିଛନ୍ତି ଲୁଟର ଶିକାର ହୋଇଥିବା ବିଭିନ୍ନ ବ୍ୟକ୍ତିବିଶେଷ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.