ETV Bharat / state

ପାଣି ଜାରରେ କରୁଥିଲେ ସ୍ପିରିଟ କାରବାର, ରେଶମ ସହରରୁ ବନ୍ଧା ହେଲେ 3 ଜଣ - ସ୍ପିରିଟ ଜବତ

ବ୍ରହ୍ମପୁର ଉପକଣ୍ଠ ମହୁରିକାଳୁଆରୁ ୧୭ଶହ ଲିଟର ସ୍ପିରିଟ ଜବତ । ଏହାସହ ୩ ଜଣଙ୍କୁ ବାନ୍ଧିଲା ବ୍ରହ୍ମପୁର ଅବକାରୀ ଅଧିକାରୀ । ଅଧିକ ପଢନ୍ତୁ

ବ୍ରହ୍ମପୁର ଉପକଣ୍ଠରୁ  ସ୍ପିରିଟ ଜବତ
ବ୍ରହ୍ମପୁର ଉପକଣ୍ଠରୁ ସ୍ପିରିଟ ଜବତ
author img

By

Published : Apr 10, 2023, 1:32 PM IST

ବ୍ରହ୍ମପୁର ଉପକଣ୍ଠରୁ ସ୍ପିରିଟ ଜବତ

ବ୍ରହ୍ମପୁର: ପାନୀୟ ଜଳ ବିକ୍ରି କରାଯାଉଥିବା ପାଣି ଜାର ମଧ୍ୟରେ ବେଆଇନ ଭାବରେ ହେଉଥିଲା ସ୍ପିରିଟ୍ କାରବାର । ଅଭିଯୋଗ ପରେ ଚଢାଉ କରିଲା ଅବକାରୀ ଗୁଇନ୍ଦା ବିଭାଗ । ୧୭ ଶହ ଲିଟର ବେଆଇନ ଗଚ୍ଛିତ ସ୍ପିରିଟ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି ।

ଏନେଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀ ଗୀତାଞ୍ଜଳୀ ସାହୁ କହିଛନ୍ତି,"ସ୍ପିରିଟ ଚାଲାଣ ନେଇ ଆମକୁ ଆଗରୁ ଖବର ମିଳିଥିଲା । ଏହା ପରେ ଏକ ସ୍ୱତନ୍ତ୍ର ଟିମ୍ ସହର ଉପକଣ୍ଠ ମହୁରୀକାଳୁଆ ଛକ ନିକଟରେ ଅପେକ୍ଷା କରି ରହିଥିବା ବେଳେ ସେହି ରାସ୍ତାରେ ଏକ ସ୍କୁଟି ଯୋଗେ ପାନୀୟ ଜଳ ବିକ୍ରି ପାଇଁ ବ୍ୟବହାର ହେଉଥିବା ପାଣି ଜାରରେ୍ ସ୍ପିରିଟ୍ ନେଇ ଯାଉଥିଲେ । ତେବେ ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ଚେକିଂ କରାଯାଇଥିଲା । ତେବେ ବିପୁଳ ପରିମାଣରେ ସ୍ପିରିଟ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି ।"

ତେବେ ପଚରାଉଚରା ସମୟରେ ସେମାନେ ବ୍ରହ୍ମପୁର ସହରର ବଡଖେମୁଣ୍ଡି ସାହିରେ ଏକ ଘରରେ ସ୍ପିରଟ ରଖିଥିବା ନେଇ କହିଥିଲେ । ଏହାପରେ ବ୍ରହ୍ମପୁର ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ସ୍ପିରିଟ ଜବତ କରାଯାଇଥିଲା । ମୋଟ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିକଟବର୍ତ୍ତୀ ଫାଶୀ ଗୁଡା ଗ୍ରାମର ଶିବ ଡାକୁଆ, ଶଙ୍କର ପ୍ରଧାନ ଓ ସଞ୍ଜିବ ପ୍ରଧାନ ।

ଏହା ମଧ୍ୟ ପଢନ୍ତୁ: BMC କର୍ପୋରେସନକୁ ବର୍ଷେ, ଲୋକଙ୍କ ସମସ୍ୟା ନୁହେଁ ଦଳୀୟ ପ୍ରଚାର କରାଯାଉଥିବା କହିଲେ ବିରୋଧୀ

ବ୍ରହ୍ମପୁର ଉପକଣ୍ଠରେ ବେଆଇନ ଭାବରେ ନକଲି ବିଦେଶୀ ମଦ କାରବାରକୁ ରୋକିବା ପାଇଁ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ କ୍ରମାଗତ ଭାବରେ ପ୍ରୟାସ କରାଯାଉଛି । ଏନେଇ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର କହିଛନ୍ତି, " ନକଲି ସ୍ପିରିଟକୁ ନେଇ ବିଭିନ୍ନ ନାମୀ ଦାମୀ କମ୍ପାନୀର ବିଦେଶୀ ମଦ ପ୍ରସ୍ତୁତ କରି ମଦମାଫିଆମାନେ ବିଭିନ୍ନ ସ୍ଥାନରେ ଛୋଟ ମୋଟ ବ୍ୟବସାୟୀମାନଙ୍କୁ ବିକ୍ରି କରୁଛନ୍ତି । ଏନେଇ ଅନେକ ଅଭିଯୋଗ ହେଉଥିବା ବେଳେ ତାଙ୍କୁ ଧରିବାରେ ମଧ୍ୟ ସକ୍ଷମ ହେଉଛୁ । ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ଅନ୍ୟ କାହାରିକୁ ଏହି ସ୍ପିରିଟ୍ ଯୋଗାଇ ଆସୁଥିଲେ ଏବଂ କେଉଁ ସ୍ଥାନରୁ ଏଭଳି ବିପୁଳ ପରିମାଣର ସ୍ପିରିଟ କ୍ରୟ କରାଯାଉଥିଲା ତାହାକୁ ଅଧିକ ତଦନ୍ତ ପରେ ସ୍ପଷ୍ଟ କରାଯିବ ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.