ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବର (Gopalpur Beach Festival) ତୃତୀୟ ସନ୍ଧ୍ୟା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତୃତୀୟ ରଜନୀ ରହିଥିଲା ବେଶ ଚିତାକର୍ଷକ । ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମର ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ ବେଶ ମଜା ନେଇଥିଲେ ଦର୍ଶକ ।
ଏହା ମଧ୍ୟ ପଢ଼ନ୍ତୁ: Hockey World Cup: ବିଶ୍ବକପ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ଭାରତୀୟ ହକି ଟିମ୍
ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲା ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ କମେଡି ନାଇଟ୍ । ତାଙ୍କ କମେଡିରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିଲେ । ସୁଥି ଚରିତ୍ରରେ ବେଶ ପରିଚିତ ସୁନିଲ ମହିଳା ବେଶରେ ମଞ୍ଚକୁ ଆସିବା କ୍ଷଣି ଦର୍ଶକଙ୍କ କର ତାଳିରେ କମ୍ପି ଉଠିଥିଲା ମହୋତ୍ସବ । ସେହିପରି ଭି.କମ୍ପାନୀ ଓ ରାପର୍ ବିଗ୍ ଡିଲଙ୍କ କମାଲ୍ ଦେଖିବାକୁ ମିଳିଥିଲା । ଏପରିକି ଇଣ୍ଡିଆନ୍ ଗଟ୍ ଟ୍ୟାଲେଣ୍ଡ ସୋର ବିଜେତା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଆକର୍ଷଣୀୟ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା । ଅନ୍ୟମାନଙ୍କ ମଧ୍ୟରେ କଲିକତାରୁ ଆସିଥିବା କଳାକାରଙ୍କ ପୁରଲିଆ ଛଉ ସାଙ୍ଗକୁ ସ୍ଥାନୀୟ କଳାକାରଙ୍କ ବିଭିନ୍ନ ନୃତ୍ୟ ବେଶ ଆକର୍ଷଣୀୟ ରହିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: CM to Review Covid Situation: ମୁଣ୍ଡ ଟେକୁଛି ସଂକ୍ରମଣ, ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ମହୋତ୍ସବକୁ ସଫଳତାର ସହିତ ଆୟୋଜନ କରାଯାଇଥିବା କହିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଆଇ.ଜି ସତ୍ୟବ୍ରତ ଭୋଇ , ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶର୍ବଣା ବିବେକ ଏମ୍ , ଗୋପାଳପୁର ଏନ୍.ଏ.ସିର ଅଧ୍ୟକ୍ଷା ଏ.ଜାନକୀ ରାମ ପ୍ରମୁଖ ମଞ୍ଚାସୀନ ରହିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର