ETV Bharat / state

ବାହାରିନ ଓଡ଼ିଆ ସମାଜ ସହାୟତାରେ ଫେରୁଛି ପ୍ରବାସୀ ଓଡ଼ିଆଙ୍କ ମୃତଦେହ - ବାହାରିନରେ ଓଡିଆ ଶ୍ରମିକ ମୃତ

ବାହାରିନରେ କାର୍ଯ୍ୟରତ ଓଡିଆ ଶ୍ରମିକ ମୃତଦେହ । ସହାୟତାର ହାତ ବଢାଇଲା ବାହାରିନର ଓଡିଆ ସମାଜ । ଅଧିକ ପଢନ୍ତୁ...

ବାହାରିନ ଓଡ଼ିଆ ସମାଜ ସହାୟତାରେ ଫେରୁଛି ପ୍ରବାସୀ ଓଡ଼ିଆଙ୍କ ମୃତଦେହ

author img

By

Published : Aug 13, 2021, 8:45 AM IST

ଭୁବନେଶ୍ବର: ପେଟପାଟଣା ପାଇଁ ବିଦେଶ ଯାଇଥିଲେ । ହେଲେ ବିଦେଶରୁ ମୃତ ହୋଇ ଫେରିଲେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତୋଟାଗାଁର ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତଦେହକୁ ଭିଟାମାଟିରେ ପହଞ୍ଚାଇବା ପାଇଁ ସହଯୋଗର ହାତ ବଢ଼େଇଛି ବାହାରିନ ଓଡ଼ିଆ ସମାଜ । ବାହାରିନର ଏନଏସଏଚ ନିଗମରେ ଏକ ମେକାନିକାଲ କମ୍ପାନୀରେ ଲିଡ ମେନ ଭାବେ କାର୍ଯ୍ୟରତ ଥିଲେ ଗଞ୍ଜାମର ସୀମାଞ୍ଚଳ ରାଉତ ।

ବାହାରିନ ଓଡ଼ିଆ ସମାଜ ସହାୟତାରେ ଫେରୁଛି ପ୍ରବାସୀ ଓଡ଼ିଆଙ୍କ ମୃତଦେହ

ଗତ ୧୮ ଜୁଲାଇରେ ସୀମାଞ୍ଚଳଙ୍କ ମସ୍ତିଷ୍କରୁ ରକ୍ତଶ୍ରାବ ହୋଇ କୋମାକୁ ଚାଲି ଯାଇଥିଲେ । ସେପଟେ ଏହି ଅସହାୟ ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଥିଲେ ଆଉ ଜଣେ ଓଡ଼ିଆ । ସୀମାଞ୍ଚଳଙ୍କ ଉପଯୁକ୍ତ ଚିକତ୍ସା ପାଇଁ ବାହରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ସ୍ଥାନୀୟ ପ୍ରଶାସନ, ଭାରତୀୟ ଦୂତାବାସ, ଭାରତ ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୀମାଞ୍ଚଳଙ୍କ ଉପଯୁକ୍ତ ଚିକତ୍ସା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା । ଏପରିକି ଭିଡିଓ କଲ ମାଧ୍ୟମରେ ପରିବାର ସହିତ ସୀମାଞ୍ଚଳଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଟିକିନିଖି ଖବର ଦିଆଯାଉଥିଲା ।

୨୧ ଦିନର ଚିକିତ୍ସା ପରେ ଗତ ୮ ଅଗଷ୍ଟରେ ବାହାରିନର ସଲମାନିଆ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ସୀମାଞ୍ଚଳ । ସ୍ଥାନୀୟ କର୍ତ୍ତୃପକ୍ଷ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଚ୍ଚ ରକ୍ତଚାପ କାରଣରୁ ମସ୍ତିଷ୍କ ଆଘାତ ବା ବ୍ରେନ ହାମରେଜ ଜନିତ ମୃତ୍ୟୁ ବୋଲି ପ୍ରମାଣିତ କରିଥିଲେ । ସୀମାଞ୍ଚଳଙ୍କ ମୃତଦେହ ତାଙ୍କ ଭିଟାମାଟିକୁ ପଠାଇବା ଲାଗି ସମସ୍ୟା ସୃଷ୍ଟି ହୋଇଥିଲା । ହେଲେ ଡ଼ ଅରୁଣ ଦୁଇ ଦେଶର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ସୀମାଞ୍ଚଳଙ୍କ ମୃତଦେହ ଓଡ଼ିଶାକୁ ପଠାଇବା ଲାଗି ବ୍ୟବସ୍ଥା କରିଛନ୍ତି । ସୀମାଞ୍ଚଳଙ୍କ ମୃତଦେହ ଏବେ ବାହାରିନ ସାଲମାନିଆ ଡାକ୍ତରଖାନାର ରହିଛି ।

ରବିବାର ଅପରାହ୍ନରେ ଏୟାର ଇଣ୍ଡିଆ ବିମାନରେ ମୃତଦେହ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବ ବୋଲି ସୂଚନା ମିଳିଛି । ୧୫ ଅଗଷ୍ଟରେ ସମଗ୍ର ଭାରତ ୭୫ ତମ ସ୍ୱାଧୀନତା ଦିବସ ଏବଂ ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉ ଥିବାବେଳେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକର ମୃତଦେହ ରାଜ୍ୟକୁ ଫେରିବ । ଏଥିପାଇଁ ଅନେକ ଚେଷ୍ଟା କରିଛନ୍ତି ଓଡ଼ିଆ ସମାଜ ପ୍ରତିଷ୍ଠାତା ତଥା ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜ ।

ଡକ୍ଟର ପ୍ରହରାଜ ପ୍ରବାସୀ ଓଡ଼ିଆ ତଥା ଭାରତୀୟ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ଓ ସାମାଜିକ ସୁରକ୍ଷା ପାଇଁ ଦୀର୍ଘ ଦୁଇ ଦଶନ୍ଧି ଧରି ସଂଗ୍ରାମ ଜାରି ରଖିଛନ୍ତି । ବିଦେଶରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକ ଓ ଅଧିକାରୀମାନେ ପରସ୍ପର ସହଯୋଗ ମାନସିକତା ରଖିଲେ ଆମର ସାମାଜିକ ଜୀବନ କେବେ ବି ବିପର୍ଯ୍ୟସ୍ତ ହେବ ନାହିଁ ବୋଲି ଅରୁଣ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ଡ. ପ୍ରହରାଜ କହିଛନ୍ତି ଯେ, ଏହା ବାସ୍ତବରେ ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଆମର ସର୍ବୋତ୍ତମ ପ୍ରୟାସ ପରେ ଆମେ ଆମ ଶ୍ରମିକ ଭାଇଙ୍କର ଜୀବନ ରକ୍ଷା କରିପାରିଲୁ ନାହିଁ । କିନ୍ତୁ ପ୍ରବାସୀ ଶ୍ରମିକମାନଙ୍କ କ୍ଷେତ୍ରରେ ପ୍ରଚଳିତ ବିଦେଶ ନୀତି ବିଷୟରେ ଏହା ନିଶ୍ଚିତ ଭାବେ ଏକ ଦୃଷ୍ଟି ଉନ୍ମୋଚନକାରୀ ପ୍ରସଙ୍ଗ । ପ୍ରବାସୀ ଶ୍ରମିକ ମାନଙ୍କର ଅଧିକାର ରକ୍ଷା କରିବା ପାଇଁ ବାଧ୍ୟତା ମୂଳକ ପଞ୍ଜୀକରଣ କରିବା ସହିତ ପ୍ରତ୍ୟେକ ଦେଶରେ ରାଜ୍ୟ / କେନ୍ଦ୍ର ସରକାର ଏବଂ ଭାରତୀୟ ଦୂତାବାସ ସହିତ ବିଦେଶୀ ନିଯୁକ୍ତି ଚୁକ୍ତି ପଞ୍ଜିକରଣ ବାଧ୍ୟତାମୂଳକ କରାଯାଉ ।

ଏହିପରି ଜରୁରୀକାଳୀନ ପରିସ୍ଥିତିକୁ ପରିଚାଳନା କରିବା ପାଇଁ ଭାରତୀୟ ଦୂତାବାସମାନଙ୍କୁ କେନ୍ଦ୍ର ସରକାର ଦ୍ୱାରା ବିଶେଷ ଅଧିକାର ଦିଆଯାଉ । ଭାରତୀୟ ଦୂତାବାସରେ ମେଡିକାଲ ପରାମର୍ଶଦାତା ନିଯୁକ୍ତି ଏବଂ ଏହିପରି ଜରୁରୀକାଳୀନ ପରିସ୍ଥିତିରେ ସେମାନେ ରୋଗୀର ସମ୍ପୂର୍ଣ୍ଣ ଦାୟିତ୍ୱ ବିଦେଶୀ ମାଟିରେ ଅଭିଭାବକ ଭାବରେ ଗ୍ରହଣ କରିବା ଉଚିତ ବୋଲି ଡ. ପ୍ରହରାଜ ନିବେଦନ କରିଛନ୍ତି । ଏଥିପାଇଁ ବିଶ୍ୱବ୍ୟାପୀ ଓଡ଼ିଆ ବୁଦ୍ଧିଜୀବୀ ସମାଜ ସମେତ ଓଡ଼ିଶାର ଅନେକ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ତଥା ସୀମାଞ୍ଚଳଙ୍କ ପରିବାର ଡ. ପ୍ରହରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.