ETV Bharat / state

ରବି ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦାବି କଲା ବିଜେପି - affected farmers in ganjam

ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ଜଳସେଚନ ଅଭାବରୁ ଖରିଫ ଫସଲରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । ଚାଷୀଙ୍କୁ କ୍ଷତିଗ୍ରସ୍ତ ଦାବି କଲା ବିଜେପି । ଅଧିକ ପଢନ୍ତୁ...

କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦାବି କଲା ବିଜେପି

author img

By

Published : Dec 23, 2020, 8:18 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ଦୁଇଟି ପଞ୍ଚାୟତରେ ଏକର ଏକର ଚାଷ ଜମିରେ ଜଳସେଚନ ଅଭାବରୁ ଖରିଫ ଫସଲ ହୋଇପାରିନାହିଁ । ଏ ନେଇ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇ ଚାଷୀଙ୍କୁ ସହାୟତା ପାଇଁ ଦାବି ହୋଇଛି ।

କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦାବି କଲା ବିଜେପି

ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଲକର ୨୩ ଗୋଟି ପଞ୍ଚାୟତ ଏବଂ ଚିକିଟିର ୧୭ ଗୋଟି ପଞ୍ଚାୟତକୁ ମିଶାଇ ସମୁଦାୟ ୪୦ ଗୋଟି ପଞ୍ଚାୟତ ରହିଛି । ଏଥି ମଧ୍ୟରୁ ପ୍ରାୟ ୧୮ ଟି ପଞ୍ଚାୟତର ପାଖାପାଖି ୫୦ ପ୍ରତିଶତ କୃଷି ଉପଯୋଗୀ ଜମି କେବଳ ବର୍ଷାଧାରା ଉପରେ ନିର୍ଭର । ଚଳିତବର୍ଷ ଆବଶ୍ୟକ ପରିମାଣର ବୃଷ୍ଟିପାତ ହୋଇପାରିନଥିବାରୁ ଚିକିଟି ଏବଂ ପାତ୍ରପୁର ବ୍ଲକର ୯ ଟି ଲେଖାଏଁ ପଞ୍ଚାୟତ ୮୦ରୁ 100ପ୍ରତିଶତ ରୁଆ ହୋଇପାରିନାହିଁ । ଏ ନେଇ ଗତ ସେପ୍ଟେମ୍ବର ମାସରେ ଜିଲ୍ଲା ପ୍ରଶାସନଙ୍କୁ ସମସ୍ୟା ସଂପର୍କରେ ଅବଗତ କରାଯାଇଥିଲା । ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏବେ ସୁଦ୍ଧା ଚାଷୀଙ୍କୁ କୌଣସି କ୍ଷତିପୂରଣ ମିଳିପାରିନାହିଁ ।

ଏଣୁ ଏହି ଦୁଇ ବ୍ଲକର ୧୮ଟି ପଞ୍ଚାୟତ ବ୍ୟତିତ ଅନ୍ୟ ୨୨ ଟି ପଞ୍ଚାୟତରେ ତୁରନ୍ତ ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହିତ ମରୁଡି ଘୋଷଣା କରିବାକୁ ବ୍ରହ୍ମପୁର ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ବିଜେପି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛି ଦଳ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.