ETV Bharat / state

ବନ୍ୟାପାଣିରେ ଭାସିଗଲା ଅସ୍ଥାୟୀ ପୋଲ, ଯୋଗାଯୋଗ ବିଚ୍ଛିନ୍ନ

author img

By

Published : Sep 13, 2021, 6:10 PM IST

ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ବନ୍ୟାପାଣିରେ ଭାସିଗଲା ଗଞ୍ଜାମର ଜିଲ୍ଲା ବୋଡାନଦୀର ଅସ୍ଥାୟୀ ପୋଲ । ଯାହା ଲୋକଙ୍କ ଯାତାୟତରେ ବେଶ ପ୍ରଭାବ ପଡିଛି । ଅଧିକ ପଢନ୍ତୁ...

diversion road drawn on heavy rain in bhanjanagar
ବନ୍ୟାପାଣିରେ ଭାସିଗଲ ଅସ୍ଥାୟୀ ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ଭଞ୍ଜନଗର: ବନ୍ୟାପାଣିରେ ଭାସିଗଲା ଅସ୍ଥାୟୀ ପୋଲ । ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ବୋଡାନଦୀରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ବନ୍ୟା ଜଳରେ ଭାସିଗଲା l ଯାହା ଲୋକଙ୍କ ଯାତାୟାତରେ ବେଶ ପ୍ରଭାବ ପଡିଛି ।

ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଲଘୁଚାପ ପ୍ରଭାବରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିର ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରେ ଥିବା ବୋଡାନଦୀରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ତଥା ଡାଇଭର୍ସନ ରୋଡ଼ ବନ୍ୟା ଜଳରେ ଭାସିଯାଇଛି l ଫଳରେ ଭଞ୍ଜନଗର ବାଲିପଦର ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି l ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।

ଦୀର୍ଘ ଚାରି ବର୍ଷହେଲା ବ୍ରିଜ ନିର୍ମାଣ କାମ ଚାଲୁଛି କିନ୍ତୁ ସରିବାର ନା ଧରୁନି l ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଓ ରାଜନୈତିକ ଦଳର ଦୂରଦୃଷ୍ଟି ଅଭାବରୁ ବ୍ରିଜ କାମ ଶୀଘ୍ର ଶେଷ ହୋଇପାରୁନାହିଁ । ଯାହା ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ହେଉଛନ୍ତି ହନ୍ତସନ୍ତ l ତେବେ ଏହି ରାସ୍ତା ନିର୍ମାଣ କେବେ ଶେଷ ହେବ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.