ETV Bharat / state

ପ୍ରତିଶ୍ରୁତି ଦେଇ ଭୁଲିଗଲେ ସରକାର ! ରାଜରାସ୍ତାକୁ ଓହ୍ଲାଇଲା ଶିକ୍ଷକ ସଂଘ

author img

By

Published : Aug 10, 2023, 9:03 AM IST

ନିରବିଚ୍ଛିନ୍ନ ସେବା ଯୋଗାଇବା ପରେ ରାଜ୍ୟ ସରକାରଙ୍କ ଏପରି ମନୋଭାବ ନେଇ ନିନ୍ଦା କଲା ଓଷ୍ଟା । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଅଧିକ ପଢନ୍ତୁ

ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ କଲା ଓଡିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ

ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିବେଚିତ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଶିକ୍ଷକ । ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହିତ ପେନସେନ୍ ପ୍ରଦାନ କରିବାକୁ ନେଇ ଶିକ୍ଷକମାନେ ଅନେକ ଦିନ ଧରି ଦାବି କରିଆସୁଛନ୍ତି । 226 ଓ 399 ବିଦ୍ୟାଳୟ ଗୁଡିକୁ 7ମ ବେତନ କମିଶନ ହାରରେ ଦରମା ପ୍ରଦାନ କରିବା । ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ, 2004 ରୁ 2013 ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର 6 ବର୍ଷର ଚୁକ୍ତ ଅବଧିକୁ ନିୟମିତ କରିବା । ଏହାସହ 6ଟି ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ । ହେଲେ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ଠକି ଆସୁଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ସଂଘ ।

ଶିକ୍ଷକ ସଂଘ କହିଛି, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଶୂନ୍ୟ ପଡିଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପଦବୀ ପୂରଣ କରାଯାଉ । ଅବସର ସମୟସୀମା 62 ବର୍ଷକୁ ବୃଦ୍ଧି କରାଯାଉ । 2800, 2200, 1900 ଗ୍ରେଡପେରେ ରହିଥିବା ଅସଙ୍ଗତି ଦୂର ସହ 48 ବର୍ଷରେ ପଦାର୍ପଣ କରିସାରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କ ଟି.ଜି ସ୍କେଲ୍ ପ୍ରଦାନ କରାଯାଉ । ଏମ୍.ଏ ପାଶ୍ କରିଥିବା ହିନ୍ଦୀ , ସଂସ୍କୃତ ଶିକ୍ଷକ ଓ ଆକାଉଣ୍ଟସ୍ ପାଶ୍ କରିଥିବା ଅଫିସ୍ ସହାୟକମାନଙ୍କୁ ଉଚ୍ଚତର ଦରମା ପ୍ରଦାନ କରିବା । 110 ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା ଭଳି ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପିତ କରାଯାଇଛି । ହେଲେ ସରକାର ଏହାକୁ କର୍ଣ୍ଣପାତ କରୁନାହିଁ ।

ଅଧିକ ପଢନ୍ତୁ: ଶୁଣିଲେନି ସରକାର, ଆସନ୍ତା 9ରେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଘେରାଉ କରିବ ଓଷ୍ଟା

ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆହୁରୀ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଇଛି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗଞ୍ଜାମ କାର୍ଯ୍ୟରତ ଶିକ୍ଷକମାନେ ଏନେଇ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିକ୍ଷୋଭସ୍ଥଳରେ ପହଞ୍ଚିଥିଲେ । ରାଜ୍ୟରେ କାର୍ଯ୍ୟରତ ଶିକ୍ଷକମାନଙ୍କ ମଧ୍ୟରେ ଦରମା ଓ ଗ୍ରେଡପେ ପ୍ରଦାନକୁ ନେଇ ଅସଙ୍ଗତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଓଷ୍ଟାର କର୍ମକର୍ତ୍ତାମାନେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.