ETV Bharat / state

କାଳ ହେଲା ଲହଡି ଭାଙ୍ଗିବା: ସମୁଦ୍ରରେ ବୁଡିଗଲେ 2 ସାଙ୍ଗ, ଜଣେ ମୃତ

author img

By

Published : Jun 1, 2023, 11:42 AM IST

Updated : Jun 1, 2023, 1:45 PM IST

ଗାଧୋଇବା ବେଳେ ସମୁଦ୍ରରେ ବୁଡିଗଲେ ଦୁଇ ଛାତ୍ରୀ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ । ଅଧିକ ପଢନ୍ତୁ

student died while taking bath in sea
student died while taking bath in sea
student died while taking bath in sea

ବ୍ରହ୍ମପୁର: କାଳ ହେଲା ସମୁଦ୍ରରେ ସ୍ନାନ କରିବା । ସମୁଦ୍ରରେ ଲହଡିର ମଜା ନେଉଥିବା ବେଳେ ଭାସିଗଲେ ଦୁଇ ଛାତ୍ରୀ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଥିବା ସୂଚନା । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟବର୍ତ୍ତୀ ଆର୍ଯ୍ୟପଲ୍ଲୀ ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ହେଲେ କନିଷି ଅଞ୍ଚଳର ସ୍ୱପ୍ନା ରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ ଜଣଙ୍କ ହେଲେ ଶେରଗଡ଼ର ଗୁଡଲି ମିଶ୍ର । ନିଖୋଜ ଛାତ୍ରୀଙ୍କୁ ସମୁଦ୍ର ମଧ୍ୟରେ ଖୋଜାଖୋଜି ଜାରି ରଖିଛି ଓଡ୍ରାଫ ଟିମ ।

ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରା ଦେଖିବା ପାଇଁ ନିଜ ମାମୁଁଙ୍କ ଘରକୁ ଆସିଥିଲେ କନିଷି ଅଞ୍ଚଳର ସ୍ୱପ୍ନା ରାଣୀ ପଣ୍ଡିତ । ଆଜି (ଗୁରୁବାର) ସକାଳ ୭ଟା ସମୟରେ ଅନ୍ୟ ଚାରି ଜଣ ସାଙ୍ଗଙ୍କ ସହ ସେ ସମୁଦ୍ରକୁ ସ୍ନାନ କରିବା ପାଇଁ ଯାଇଥିଲେ । ତେବେ ସ୍ନାନ କରୁଥିବା ସମୟରେ ସମୁଦ୍ରର ପ୍ରଖର ଜୁଆରରେ ହଠାତ୍ ସ୍ୱପ୍ନା ରାଣୀ ଓ ଗୁଡଲି ଭାସି ଯାଇଥିଲେ । କିଛି ସମୟ ପରେ ସ୍ୱପ୍ନା ରାଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଛତ୍ରପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ନିଖୋଜ ଛାତ୍ରୀଙ୍କୁ ସମୁଦ୍ର ମଧ୍ୟରେ ଖୋଜାଖୋଜି ଜାରି ରଖିଛି ଓଡ୍ରାଫ ଟିମ । ପାଞ୍ଚ ଜଣଙ୍କ ମଧ୍ୟରୁ 3 ଜଣ ଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ।

ଏହା ମଧ୍ୟ ପଢନ୍ତୁ-ପୋଲିସକୁ ଚକମା ଦେଇ ଥାନାରୁ ଫେରାର୍ ହେଲେ ୨ ଚୋର

ଗତ ମେ 4 ତାରିଖରେ ପୁରୀ ସମୁଦ୍ରରେ ଅଘଟଣ ଗାଧୋଉଥିବା ବେଳେ ଭାସି ଯାଇ 2ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି ଶ୍ରୀରାମପୁରର ଅରିନ୍ଦମ ଦାସ ଓ ଅଜୟ ଦାସ । ସମୁଦ୍ରରେ ଭାସି ଯିବା ପରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପଶ୍ଚିମବଙ୍ଗରୁ ଆସି ସମୁଦ୍ରରେ ସ୍ନାନ କରୁଥିବା ବେଳେ ପ୍ରାଣ ହରାଇଥିଲେ ଅରିନ୍ଦମ ଓ ଅଜୟ । ଏହି ଘଟଣା ପରେ ସୁରକ୍ଷିତ ସମୁଦ୍ର ସ୍ନାନକୁ ନେଇ ପ୍ରଶ୍ନ ଉଠିଥିଲା । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jun 1, 2023, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.