ETV Bharat / state

ପାପୀ ବାପାର କଳା କାରନାମା, ଦିବ୍ୟାଙ୍ଗ ଝିଅକୁ କଲା ଦୁଷ୍କର୍ମ !

author img

By

Published : Sep 13, 2019, 9:35 PM IST

ଗଞ୍ଜାମ ଜିଲ୍ଲାରେ ପାଶବିକତାର ଚରମ ରେଖା ଲଙ୍ଘି ଯାଇଛି ବାପା । ନିଶାସକ୍ତ ଅବସ୍ଥାରେ ନିଜ ଝିଅକୁ ଦୁଷ୍କର୍ମ କଲା ବାପା । ଏଭଳି ଗୁରୁତର ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଲଜ୍ଜା ଟପିଛି ସମସ୍ତ ସୀମା । ଦିବ୍ୟାଙ୍ଗ ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ତାର ଜନ୍ମ କଲା ବାପା । ଏଭଳି ଗୁରୁତର ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ । ନିଜ ପ୍ରଥମ ପତ୍ନୀଙ୍କ ଔରସରୁ ଜନ୍ମିତ ନାବାଳିକା କନ୍ୟା ଜଣକ ଦିବ୍ୟାଙ୍ଗ ହୋଇଥିବାର ସୁଯୋଗ ନେଇ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ପୀଡିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏ ନେଇ ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଅବଗତ ହେବା ପରେ ଖଲ୍ଲିକୋଟ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା ପୋଲିସ ଅଭିଯୁକ୍ତ କାମାନ୍ଧ ବାପାକୁ ଗିରଫ କରିବା ସହ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଉଭୟ ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିଛି । ଏହାସହ ତଦନ୍ତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପତିତ ପାବନ ଚୌଧୁରୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାରେ ପୁଣି ଲଜ୍ଜା । ନିଜେ ଜନ୍ମ କଲା ନାବାଳିକା ମୁକ କନ୍ୟାକୁ ଦୁଷ୍କର୍ମ କରିଛି ତାର ଜନ୍ମ କଲା ବାପା । ଏଭଳି ଗୁରୁତର ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ । ନିଜ ପ୍ରଥମ ପତ୍ନୀଙ୍କ ଔରସରୁ ଜନ୍ମିତ ନାବାଳିକା କନ୍ୟା ଜଣକ ମୁକ ହୋଇଥିବା ନିଜେ ବାପା ମଦ ପିଇ ଅତ୍ୟନ୍ତ ମାତାଲ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଅବଗତ ହେବା ସହ ପିଡିତା ନାବାଳିକା ଠାରୁ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏ ନେଇ ଖଲ୍ଲିକୋଟ ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା ପୋଲିସ ଅଭିଯୁକ୍ତ କାମାନ୍ଧ ବାପା କୁ ଗିରଫ କରିବା ସହ ବ୍ରହ୍ମପୁର ଏମ୍.କେ.ସି.ଜି ଠାରେ ଉଭୟ ପିଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରି ତଦନ୍ତ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପତିତପାବନ ଚୈଧରୀ ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.