ETV Bharat / state

ନାଳ ଉପରେ ସିମେଣ୍ଟ ପ୍ଲେଟ ପକାଇବାକୁ ନେଇ ବିବାଦ, ୧୨ ପରିବାରକୁ ସାମାଜିକ ବାସନ୍ଦ - ସାମାଜିକ ବାସନ୍ଦ

ଗୋଟିଏ ଗ୍ରାମର ୧୨ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ମୁଖ୍ୟାଳୟରେ ଗୁହାରି କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

villegers allegaed social banned
୧୨ ପରିବାରକୁ ସାମାଜିକ ବାସନ୍ଦ ଅଭିଯୋଗ
author img

By

Published : Jul 5, 2023, 9:48 AM IST

Updated : Jul 5, 2023, 12:02 PM IST

୧୨ ପରିବାରକୁ ସାମାଜିକ ବାସନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୋଲିସ ଜରଡାଥାନା ଅନ୍ତର୍ଗତ ବଇରବାଡ ଗ୍ରାମର ୧୨ ଗୋଟି ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ନିବେଦ କରିଛନ୍ତି । ଗ୍ରାମରେ ରହିଥିବା ଏକ ନାଳ ଉପରେ ସିମେଣ୍ଟ ପ୍ଲେଟ ପକାଇବାକୁ କେନ୍ଦ୍ର କରି ରଜକ କୂଳର 12ଟି ପରିବାରକୁ ସମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...କୋରୋନା ପଜିଟିଭ ଚିହ୍ନଟ ପରେ ସାମାଜିକ ବାସନ୍ଦ ଅଭିଯୋଗ, ପ୍ରତିବାଦରେ ରାସ୍ତାରୋକ

ପୋଖରୀକୁ ବାରଣ କରିବା ସହିତ ଗ୍ରାମର କାହାର ଭୋଜି କିମ୍ୱା କୌଣସି କାର୍ଯ୍ୟରେ ସାମିଲ ହେବାକୁ ବାରଣ କରାଯାଇଛି । ବାସନ୍ଦ ପରିବାର ସହିତ ସମ୍ପର୍କ ନରଖିବାକୁ କୁହାଯାଉଛି । ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ଗ୍ରାମର ଏହି ବାସନ୍ଦ ପରିବାର ସହିତ ନମିଶିବାକୁ କୁହାଯାଉଥିବା ବେଳେ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ନଛାଡିବାକୁ କୁହାଯାଉଥିବା ନେଇ ବଇରବାଡ ଗ୍ରାମର ବାସନ୍ଦ ପରିବାରର ଜଣେ ସଦସ୍ୟ ଟଙ୍କଧର ସେଠୀ ଲିଖିତ ଭାବରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସମସ୍ୟା ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ କରି ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିଛନ୍ତି 12 ପରିବାର । ଏଥିପ୍ରତି ତୁରନ୍ତ ଗୁରୁତ୍ୱ ଦେବାକୁ ଦାବି କରାଯାଇଛି ।

ଗତ କିଛି ଦିନ ଧରି ବଇରବାଡ ଗ୍ରାମର ୧୨ ଗୋଟି ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଥିବାରୁ ରଜକ ସଂଙ୍ଘର କର୍ମକର୍ତ୍ତାମାନେ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ପହଞ୍ଚି ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରିଛନ୍ତି । ଗ୍ରାମବାସୀ ସାକ୍ଷାତ କରି ଆଲୋଚନା ପରେ ଏ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ବ୍ରହ୍ମପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ସେଠୀଙ୍କ କହିବା କଥା ଏ ନେଇ ଗ୍ରାମର ଦୁଇପକ୍ଷଙ୍କ ପକ୍ଷରୁ ଥାନାରେ ଏତଲା ରୁଜ ହୋଇଥିବା ବେଳେ ଘଟଣାର ତଦନ୍ତ ଏସଡିପିଓଙ୍କ ପକ୍ଷରୁ କରାଯାଉଛି । ଆସନ୍ତା ୮ ତାରିଖ ଦିନ ଗ୍ରାମର ଦୁଇ ପକ୍ଷଙ୍କୁ ନେଇ ସ୍ଥାନୀୟ ତହସିଲଦାର ଏବଂ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଏହାର ସମାଧାନ କରିବାକୁ ସ୍ଥିର କରାଯାଇଛି ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏପରି ସାମାଜିକ ବାସନ୍ଦ ନେଇ ଅଭିଯୋଗ ବହୁ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ ଏହାର ସମାଧାନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ସାମାନ୍ୟ କଥାକୁ କେନ୍ଦ୍ର କରି ଏପରି ଘଟଣା ଘଟୁଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରଶାସନର ହସ୍ତକ୍ଷେପ ପରେ ଏହାର ସମାଧାନ ହେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଗଞ୍ଜାମ

Last Updated : Jul 5, 2023, 12:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.