ବ୍ରହ୍ମପୁର: ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜନ ସଂଘ ଓ ବିଜେପିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ନନ୍ଦକିଶୋର ସାହୁଙ୍କ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବ୍ରହ୍ମପୁର ସହରର ଗାନ୍ଧୀନଗରସ୍ଥିତ ବାସଭବନରେ ୭୮ ବର୍ଷ ବୟସରେ ନନ୍ଦକିଶୋରଙ୍କ ବିୟୋଗ ଘଟିଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଆଜି(ସୋମବାର) ତାଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଶୋକ ବାର୍ତ୍ତାରେ, ଦଳ ଜଣେ ଦକ୍ଷ ଓ ଅନୁଭବୀ ନେତାଙ୍କୁ ହରାଇଲା ବୋଲି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସଂଘ ପରିବାରରୁ ଆସି ଜନସଂଘରେ ଯୋଗ ଦେଇଥିବା ସ୍ବର୍ଗତ ସାହୁ ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହେବା ପରେ ସ୍ବର୍ଗତ ସାହୁ ଗଞ୍ଜାମ ଜିଲ୍ଲା ବିଜେପିର ପ୍ରଥମ ସଭାପତି ହେଇଥିଲେ । ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନକୁ ମଜବୁତ୍ କରିବାରେ ତାଙ୍କର ଆଜୀବନ ଭୂମିକା ଅତୁଳନୀୟ । ସେ ଜଣେ ଶୃଙ୍ଖଳିତ ରାଜନେତା ଭାବେ ସମଗ୍ର ଗଞ୍ଜାମ ଜିଲ୍ଲାରେ ପରିଚିତ ।
-
ଆମ ଦଳର ବରିଷ୍ଠ ନେତା, ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ନନ୍ଦ କିଶୋର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ବେଳେ ତାଙ୍କ ସହ ମୋର ଅନେକ ଥର ଦେଖାହୋଇଛି । ତାଙ୍କର ସରଳ, ନମ୍ର, ଅମାୟିକ ସ୍ୱଭାବ ମୋତେ ପ୍ରଭାବିତ କରିଥିଲା । ସେ ସଂଘ ପରିବାରରୁ ଆସି ଜନସଂଘରେ ଯୋଗ ଦେଇଥିଲେ ।
— Dharmendra Pradhan (@dpradhanbjp) June 27, 2022 " class="align-text-top noRightClick twitterSection" data="
">ଆମ ଦଳର ବରିଷ୍ଠ ନେତା, ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ନନ୍ଦ କିଶୋର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ବେଳେ ତାଙ୍କ ସହ ମୋର ଅନେକ ଥର ଦେଖାହୋଇଛି । ତାଙ୍କର ସରଳ, ନମ୍ର, ଅମାୟିକ ସ୍ୱଭାବ ମୋତେ ପ୍ରଭାବିତ କରିଥିଲା । ସେ ସଂଘ ପରିବାରରୁ ଆସି ଜନସଂଘରେ ଯୋଗ ଦେଇଥିଲେ ।
— Dharmendra Pradhan (@dpradhanbjp) June 27, 2022ଆମ ଦଳର ବରିଷ୍ଠ ନେତା, ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ନନ୍ଦ କିଶୋର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ବେଳେ ତାଙ୍କ ସହ ମୋର ଅନେକ ଥର ଦେଖାହୋଇଛି । ତାଙ୍କର ସରଳ, ନମ୍ର, ଅମାୟିକ ସ୍ୱଭାବ ମୋତେ ପ୍ରଭାବିତ କରିଥିଲା । ସେ ସଂଘ ପରିବାରରୁ ଆସି ଜନସଂଘରେ ଯୋଗ ଦେଇଥିଲେ ।
— Dharmendra Pradhan (@dpradhanbjp) June 27, 2022
ଏପରିକି ଦେଶରେ ଜରୁରୀକାଳୀନ ପରିସ୍ଥିତି ବେଳେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଗତ ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ୍ ଯୋଗେ ସ୍ବର୍ଗତ ନନ୍ଦକିଶୋର ସାହୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଦଳୀୟ ସଂଗଠନ ଉପରେ ଆଲୋଚନା କରିଥିବା ଜଣାଯାଏ । ସ୍ବର୍ଗତ ସାହୁ ଜଣେ ମିଷ୍ଟଭାଷୀ, ପରୋପକାରୀ, ସରଳ, ନମ୍ର ଏବଂ ଶାନ୍ତ ସ୍ବଭାବର ବ୍ୟକ୍ତିତ୍ବ ଥିଲେ । ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।
-
ଗଞ୍ଜମ ଜିଲ୍ଲାର ବିଶିଷ୍ଟ ରାଜନେତା ତଥା ସାମାଜିକ କର୍ମୀ ନନ୍ଦ କିଶୋର ସାହୁଙ୍କ ବିୟୋଗ ଜନିତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ l ଶ୍ରୀ ସାହୁ ଜଣେ ଶୃଙ୍ଖଳିତ ରାଜନେତା ଭାବେ ଗଞ୍ଜାମ ଜିଲ୍ଲାରେ ବେଶ୍ ସୁପରିଚିତ l ସେ OPDC ର ପୂର୍ବତନ ଅଧ୍ୟକ୍ଷ ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିଲେ ଓ ଲୋକସେବାରେ ନିଜକୁ ନିୟୋଜିତ କରିଥିଲେ
— Governor of Andhra Pradesh (@governorap) June 27, 2022 " class="align-text-top noRightClick twitterSection" data="
">ଗଞ୍ଜମ ଜିଲ୍ଲାର ବିଶିଷ୍ଟ ରାଜନେତା ତଥା ସାମାଜିକ କର୍ମୀ ନନ୍ଦ କିଶୋର ସାହୁଙ୍କ ବିୟୋଗ ଜନିତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ l ଶ୍ରୀ ସାହୁ ଜଣେ ଶୃଙ୍ଖଳିତ ରାଜନେତା ଭାବେ ଗଞ୍ଜାମ ଜିଲ୍ଲାରେ ବେଶ୍ ସୁପରିଚିତ l ସେ OPDC ର ପୂର୍ବତନ ଅଧ୍ୟକ୍ଷ ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିଲେ ଓ ଲୋକସେବାରେ ନିଜକୁ ନିୟୋଜିତ କରିଥିଲେ
— Governor of Andhra Pradesh (@governorap) June 27, 2022ଗଞ୍ଜମ ଜିଲ୍ଲାର ବିଶିଷ୍ଟ ରାଜନେତା ତଥା ସାମାଜିକ କର୍ମୀ ନନ୍ଦ କିଶୋର ସାହୁଙ୍କ ବିୟୋଗ ଜନିତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ l ଶ୍ରୀ ସାହୁ ଜଣେ ଶୃଙ୍ଖଳିତ ରାଜନେତା ଭାବେ ଗଞ୍ଜାମ ଜିଲ୍ଲାରେ ବେଶ୍ ସୁପରିଚିତ l ସେ OPDC ର ପୂର୍ବତନ ଅଧ୍ୟକ୍ଷ ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିଲେ ଓ ଲୋକସେବାରେ ନିଜକୁ ନିୟୋଜିତ କରିଥିଲେ
— Governor of Andhra Pradesh (@governorap) June 27, 2022
ଇଟିଭି ଭାରତ, ବ୍ରହ୍ମପୁର