ETV Bharat / state

ଜନଗହଳି ଏଡାଇବାକୁ ଗଞ୍ଜାମରେ ଲାଗୁ ହେଲା 144 ଧାରା - ବ୍ରହ୍ମପୁର ଖବର

ଜନଗହଳି ସ୍ଥାନରେ ଏକତ୍ରିତ ହେବା ଘଟଣାକୁ ଏଡାଇବାକୁ ଗଞ୍ଜାମ ଜିଲ୍ଲାରେ ଲାଗୁ ହେଲା 144 ଧାରା । ଅଧିକ ପଢନ୍ତୁ...

Section 144 was enacted in Ganjam to avoid crowds
ଜନଗହଳି ଏଡାଇବାକୁ ଗଞ୍ଜାମରେ ଲାଗୁ ହେଲା 144 ଧାରା
author img

By

Published : Mar 15, 2020, 10:38 PM IST

ବ୍ରହ୍ମପୁର: କୋରୋନା ପାଇଁ ଗଞ୍ଜାମ ଜିଲ୍ଲାରେ ଲାଗୁ ହେଲା 144 ଧାରା । ଜିଲ୍ଲାର ଜନଗହଳି ସ୍ଥାନରେ ଏକତ୍ରିତ ହେବା ଘଟଣାକୁ ଏଡାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Section 144 was enacted in Ganjam to avoid crowds
ଜନଗହଳି ଏଡାଇବାକୁ ଗଞ୍ଜାମରେ ଲାଗୁ ହେଲା 144 ଧାରା

ପୂର୍ବରୁ ଜିଲ୍ଲାର ସମସ୍ତ ଉତ୍ସବ ସହିତ ପ୍ରସିଦ୍ଧ ମା' ତାରାତାରିଣୀ ଯାତ୍ରା ସହିତ ଦଣ୍ଡନୃତ୍ୟ ଉପରେ କଟକଣା ଜାରି କରାଯାଇଥିଲା । ଶେଷରେ ଜିଲ୍ଲାପାଳ ଜନଗହଳି ରୋକିବାକୁ ୧୪୪ ଧାରା ଲାଗୁ କରିଛନ୍ତି । ସମଗ୍ର ବିଶ୍ବରେ କୋରୋନା ଭାଇରସ ମହାମାରୀର ରୂପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । ସେହିପରି ଏହି ଭୂତାଣୁ ପାଇଁ ଗଞ୍ଜାମ ଜିଲ୍ଲାରେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ସମସ୍ତ କର୍ମଚାରୀଙ୍କୁ ନିଜର ହେଡକ୍ବାଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.