ETV Bharat / state

ଆବାସ ଯୋଜନାରେ ପାତର ଅନ୍ତର ଅଭିଯୋଗ

author img

By

Published : Aug 23, 2021, 10:49 PM IST

ଗତ ତିତିଲି ମହାବାତ୍ୟାରେ ଗାଙ୍ଗପୁର ପଞ୍ଚାୟତର ବହୁତ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ କିନ୍ତୁ, ଆଜି ପର୍ଯ୍ୟନ୍ତ ଅନେକ ଲୋକ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି l ଘର ଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି ନଥିବା ଲୋକଙ୍କୁ ମିଳିବ ମିଳିବ କହି ଭଣ୍ଡାଇ ଚାଲିଛନ୍ତି l ଅଧିକ ପଢନ୍ତୁ...

ଆବାସ ଯୋଜନାରେ ପାତର ଅନ୍ତର ଅଭିଯୋଗ
ଆବାସ ଯୋଜନାରେ ପାତର ଅନ୍ତର ଅଭିଯୋଗ

ଭଞ୍ଜନଗର: ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ପଞ୍ଚାୟତ ବୋରି ଗ୍ରାମର କୋଡିଏରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଆସି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଆଗାମୀ ଦିନରେ ଯଦି ସମସ୍ୟାର ସମାଧାନ ନହୁଏ ତା’ହେଲେ ଅଫିସ ଆଗରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି ହିତାଧିକାରୀ l

ଆବାସ ଯୋଜନାରେ ପାତର ଅନ୍ତର ଅଭିଯୋଗ

ଗତ ତିତିଲି ମହାବାତ୍ୟାରେ ଗାଙ୍ଗପୁର ପଞ୍ଚାୟତର ବହୁତ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ କିନ୍ତୁ, ଆଜି ପର୍ଯ୍ୟନ୍ତ ଅନେକ ଲୋକ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି l ଘର ଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି ନଥିବା ଲୋକଙ୍କୁ ମିଳିବ ମିଳିବ କହି ଭଣ୍ଡାଇ ଚାଲିଛନ୍ତି l ଲୋକମାନେ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ଏବଂ ଉପଜିଲ୍ଲାପାଳଙ୍କ ପାଖରେ ଘର ଖଣ୍ଡିଏ ପାଇଁ ଅଭିଯୋଗ କରିଆସୁଛନ୍ତି କିନ୍ତୁ, କିଛି ସୁଫଳ ମିଳୁନାହିଁ l ଅନ୍ୟପଟେ ଆବାସ ଯୋଜନାରେ ପାତର ଅନ୍ତର କରି ବଣ୍ଟନ କରାଯାଉଥିବା ଅଭିଯୋଗ କରିଛନ୍ତି ଗାଙ୍ଗପୁର ପଞ୍ଚାୟତ ସମିତି ସଭ୍ୟ l

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.