ବ୍ରହ୍ମପୁର: ନୟାଗଡ 5 ବର୍ଷୀୟ ନାବାଳିକା ପରୀ ହତ୍ୟାକାରୀକୁ ଧରିବା ସହ ତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ବ୍ରହ୍ମପୁରରେ ସହରରେ ଦେଖିବାକୁ ମିଳିଛି ଶାନ୍ତିପୂର୍ଣ୍ଣ ପ୍ରତିବାଦ । ସହରର କମାପଲ୍ଲୀ ଛକ ଠାରେ ଆୟୋଜିତ ପ୍ରତିବାଦରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।
ସହରର କମାପଲ୍ଲୀ ଛକ ଠାରେ ଏହି ଅବସରରେ ଆୟୋଜିତ ପ୍ରତିବାଦରେ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି । ଏପରିକି ପୋଲିସ ଘଟଣାର 4 ମାସ ବିତିଯାଇଥିବା ବେଳେ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ନିଆଯାଇନଥିବା କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ସ୍ବେଚ୍ଛାସେବୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇ଼ଟିଭି ଭାରତ