ଭଞ୍ଜନଗର: ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର-ପ୍ରସାର ସେତିକି ଜୋରଦାର ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ୪ଟି ଜିଲ୍ଲା ପରିଷଦ ଆସନ ବିଜୟ ପାଇଁ ଲାଗିପଡିଛନ୍ତି ପ୍ରାର୍ଥୀ । ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଓ ସମର୍ଥକମାନେ ଗାଁ ଗାଁ ବୁଲି ପ୍ରଚାର ପ୍ରସାର କରୁଛନ୍ତି ।
ସୋରଡା ବ୍ଲକରେ ମଧ୍ୟ ଚାଲିଛି ଜୋରସୋର ପ୍ରଚାର । ଏହି ବ୍ଲକ ରେ 26 ଟି ପଞ୍ଚାୟତରେ 270 ରେଭେନ୍ୟୁ(ରାଜଶ୍ବ) ଗ୍ରାମ ଓ 35 ଟି ହେମଲେଟ(ପଡା) ଗ୍ରାମ ରହିଛି । 2011 ଜନଗଣନା ଅନୁସାରେ 1,43,428 ଲୋକ ବାସ କରନ୍ତି । ଏମାନଙ୍କ ମଧ୍ୟରୁ SC 29321 ଜଣ, ST 17111 ଜଣ ଏବଂ OBC 96996 ଜଣ ଅଛନ୍ତି । 26ଟି ପଞ୍ଚାୟତରେ 26ଟି ସମିତି, 338 ଟି ୱାର୍ଡ ଏବଂ ୪ଟି ଜୋନ ରହିଛି । ଦୀର୍ଘ 15 ବର୍ଷ ହେବ ଏଠାରେ ବିଜେଡି ଶାସନାଧୀନ ରହିଛି । ବର୍ତ୍ତମାନ ବିଜେଡିର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଏହାର ମଙ୍ଗ ଧରିଛନ୍ତି ।
କର୍ମୀମାନଙ୍କ ସହ ବୁଲି ଦଳର ପାର୍ଥୀଙ୍କ ପାଇଁ ଗାଁ ଗାଁ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ସେପଟେ ବିଜେପିର ମଙ୍ଗ ଧରିଛନ୍ତି ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋଇ । ଅନ୍ୟପଟେ କଂଗ୍ରେସର ବ୍ଲକ ସଭାପତି ହରିକୃଷ୍ଣ ରଥ କହିଛନ୍ତି, ଯାହା ଯୋଜନା ଆସିଛି ସବୁ କଂଗ୍ରେସ ଅମଳରେ କରାଯାଇଛି । ବର୍ତ୍ତମାନ ଉଭୟେ ବିଜେଡି, ବିଜେପି ଦୁର୍ନୀତିରେ ବୁଡି ରହିଛନ୍ତି । ଲୋକଙ୍କ ସବୁ ଯୋଜନଙ୍କୁ ହରିଲୁଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ