ETV Bharat / state

ଦିଗପହଣ୍ଡିରୁ ଶିକାରୀ ଗିରଫ, ବନ୍ଧୁକ ଓ ଗୁଳି ଜବତ - ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗରେ ଯୁବକ ଗିରଫ

ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଯୁବକ ଗିରଫ । ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ ଦିଗପହଣ୍ଡି ରେଞ୍ଜ ପକ୍ଷରୁ ଯୁବକକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗରେ ଯୁବକ ଗିରଫ, ବନ୍ଧୁକ ଓ ଗୁଳି ଜବତ

author img

By

Published : Apr 27, 2022, 8:18 AM IST

ବ୍ରହ୍ମପୁର: ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଯୁବକ ଗିରଫ । ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ ଦିଗପହଣ୍ଡି ରେଞ୍ଜ ପକ୍ଷରୁ ଉକ୍ତ ଯୁବକକୁ ଗିରଫ କରାଯାଇଛି । ଏହାସହ ଶିକାର ପାଇଁ ବ୍ୟବହୃତ ହେଉଥିବା ବନ୍ଧୁକ ସହ ଗୁଳିକୁ ଜବତ କରାଯାଇଛି । ଗିରଫ ଯୁବକ ଜଣଙ୍କ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ତୁମୁଳୁ ଗ୍ରାମର ରଘୁନାଥ ଶବର ।

ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗରେ ଯୁବକ ଗିରଫ, ବନ୍ଧୁକ ଓ ଗୁଳି ଜବତ
ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗରେ ଯୁବକ ଗିରଫ, ବନ୍ଧୁକ ଓ ଗୁଳି ଜବତ

ସୂଚନାନୁଯାୟୀ, ଗିରଫ ଅଭିଯୁକ୍ତ ଜଣଙ୍କ ଘର ଗଜପତି ଜିଲ୍ଲାରେ ହୋଇଥିଲେ ମଧ୍ୟ ଦୀର୍ଘ ୫ ରୁ ୬ ବର୍ଷ ଧରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ନୂଆପଡା ସେକ୍ସନ ଖଜୁରୀପଦା ଗ୍ରାମରେ ରହି ଆସୁଥିଲେ । ପ୍ରତ୍ୟେକ ଦିନ ନିକଟସ୍ଥ ଗାଇଡା ଜଙ୍ଗଲକୁ ଯାଇ ସେଠାରେ ବନ୍ୟଜନ୍ତୁ ଶିକାର କରିବା ସହ ସେମାନଙ୍କ ମାଂସ ଓ ଚମଡା ଖାଇବା ସହ ଅନ୍ୟତ୍ର ବିକ୍ରୟ କରୁଥିବା ଜଣାପଡିଥିଲା । ଖବରପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯିବା ସହ ଏକ ଦେଶୀ ବନ୍ଧୁକ, ୪ଟି ଗୁଳି, ବାଟୁଳି ଓ ଗନ ପାଉଡର ଜବତ କରାଯାଇଛି । ଏହି ଚଢାଉ ସମୟରେ ଦିଗପହଣ୍ଡି ବନବିଭାଗ କର୍ମଚାରୀ ସମେତ ନୂଆପଡ଼ା ସେକ୍ସନର ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ସ୍କ୍ୱାର୍ଡ ଷ୍ଟାଫ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.