ETV Bharat / state

ପ୍ରତାରିତ ପ୍ରେମିକ ଦୁଆରେ ବସିଲା ନାବାଳିକା ପ୍ରେମିକା - ନାବାଳିକା

ଗୋଟିଏପଟେ ବାଲ୍ଯ ବିବାହ ରୋକିବାରେ ପ୍ରଶାସନ ଫେଲ ମାରିଥିବାବେଳେ ଅନ୍ୟପଟେ ନାବାଳିକା ପ୍ରେମ ଜାଲରେ ଛନ୍ଦି ହୋଇ ପ୍ରତାରଣାର ଶିକାର ହୋଇଛି । ନାବାଳିକାକୁ ପ୍ରେମିକ ବିବାହର ପ୍ରତିଶୃତି ଦେଇ କିଛିଦିନ ପାଖରେ ରଖି ଫେରାର ହୋଇଯାଇଥିବାରୁ ନାବାଳିକା ଆଜିକୁ ଚାରିଦିନ ହେଲା ପ୍ରେମିକର ଘର ସମ୍ନାରେ ବସି ରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : May 14, 2019, 2:22 PM IST

ଭଞ୍ଜନଗର: ବିବାହ, ପ୍ରେମ, ମିଛ ପ୍ରତିଶୃତି ପରେ ପ୍ରତାରଣାର ବୁଢିଆଣୀ ଜାଲରେ ଛନ୍ଦି ହୋଇପଡିଛି ନାବାଳିକା । ଅଣାୟତଃ ଓ ଅଣନିଶ୍ବାସୀ ହୋଇପଡିବା ସହ କୌଣସି ବାଟ ନପାଇ ପ୍ରେମିକ ଘର ସାମ୍ନାରେ ବସିରହିଛି ।

ଗୋଟିଏପଟେ ବାଲ୍ଯ ବିବାହ ରୋକିବାରେ ପ୍ରଶାସନ ଫେଲ ମାରିଥିବାବେଳେ ଅନ୍ୟପଟେ ନାବାଳିକା ପ୍ରେମ ଜାଲରେ ଛନ୍ଦି ହୋଇପଡିବା ଭଳି ଅଭାବନୀୟ ଘଟଣା ଦେଖିବାବୁ ମିଳିଛି ଭଞ୍ଜନଗରରେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଜଗନ୍ନାଥପ୍ରସାଦ ଥାନା ପାଲପଡା ଗ୍ରାମରେ ବିବାହିତ ନାବାଳିକାକୁ ପ୍ରେମିକ ବିବାହର ପ୍ରତିଶୃତି ଦେଇ କିଛିଦିନ ପାଖରେ ରଖି ଫେରାର ହୋଇଯାଇଥିବାବେଳେ ନାବାଳିକା ଆଜିକୁ ଚାରିଦିନ ହେଲା ପ୍ରେମିକର ଘର ସମ୍ନାରେ ବସି ରହିଛି ।

ପାଲପଡା ଗ୍ରାମର ପୀଡିତାଙ୍କ ବାପା ନାବାଳିକା ଝିଅକୁ ଆଜକୁ ଏକ ବର୍ଷ ତଳେ ବୁଡୁରୁଙ୍ଗୁ ଗ୍ରାମର ବସନ୍ତ କୁମାର ସେଠୀଙ୍କୁ ସାମାଜିକ ରୀତିନୀତିରେ ବିବାହ ଦେଇଥିଲେ । ସେଠାରେ କିଛି ମାସ ଝିଅ ରହିବା ପରେ ବାପ ଘରକୁ ଯୋଗାଡ ନେବାକୁ ଆସିଥିଲେ । ଏଭିତରେ ଗ୍ରାମର ସୁବାସ ପ୍ରଧାନଙ୍କ ପୁଅ ବିରସିନ ପ୍ରଧାନଙ୍କ ସହିତ ନାବାଳିକାର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଯୁବକ ଜଣକ ବିବାହିତା ନାବାଳିକାକୁ ଧରି ଫେରାର ହୋଇଯାଇଥିବାବେଳେ ଜଗନ୍ନାଥପ୍ରସାଦ ଥାନାରେ ଏତଲା ପରେ ଦୁଇ ଜଣକୁ ପୋଲିସ ଥାନାରେ ଅଟକରଖି ପଚରାଉଚରା କରିବା ପରେ ଦୁଇ ଜଣ ବିବାହ କରିବାକୁ ରାଜି ହୋଇଥିଲେ । ଉଭୟ ପରିବାରକୁ ଥାନାକୁ ଡକାଇ ଲେଖାପଢା କରାଯିବା ସହ ନାବାଳିକାର ପ୍ରାପ୍ତ ବୟସ ହେଲା ପରେ ବିବାହ କରିବାକୁ କହି ପରିବାରକୁ ହସ୍ତାନ୍ତର କରାଯାଇଥିଲା ବୋଲି ନାବାଳିକାଙ୍କ ବାପା କହିଛନ୍ତି ।

ପୁଅ କୁରୁମକୁ ନାବାଳିକା ଧୋବା ଜାତି ହୋଇଥିବାରୁ ପରିବାର ଗ୍ରହଣ କରିନଥିଲାବେଳେ ପୁଅ ନାବାଳିକାକୁ ନେଇ ଚାଲିଯାଇଥିଲେ । କିଛିଦିନ ବିଭିନ୍ନ ସହରରେ ରହିବା ପରେ ନାବାଳିକାକୁ ଗାଁ ମୁଣ୍ଡରେ ଛାଡିଦେଇ ବିରସିନ ପ୍ରଧାନ ଫେରାର ହୋଇଯାଇଛନ୍ତି ବୋଲି ନାବାଳିକା କହିଛନ୍ତି ।

ଘରକୁ ନ ଫେରିବାରୁ ଆଜିକୁ ଚାରିଦିନ ହେଳା ନାବାଳିକା ଜଣକ ବିରସିନ ଘର ଆଗରେ ବସିରହିଛି । ବିରସିନର ବାପା ମା ଘରେ ତାଲା ପକାଇ ଏଣେ ତେଣେ ବୁଲୁ ଥିବାବେଳେ ନାବାଳିକା ଜଣକ ବିରସିନର ମାକୁ ଘରକୁ ଯିବାକୁ ଟଣାଓଟରା କରୁଥିବା ଦେଖିବାକୁ ମିଳିଛି ।

ଅନ୍ଯପଟେ ବିବାହିତା ନାବାଳିକା ଜଣକ ରୀତିନୀତିରେ ଅଗ୍ନିକୁ ସାକ୍ଷୀ ରଖି ଯେଉଁ ପୁଅକୁ କଥା ଦେଇଥିଲା ସାତ ଜନ୍ମର ସାଥି ହେବାକୁ ତାକୁ ବିଶ୍ଵାସ ଘାତକକରି ଅନ୍ଯ ଏକ ଯୁବକ ସହିତ ଫେରାର ହେବା ନାବାଳିକାକୁ ଏବେ ଭାରି ପଡିଯାଇଛି । ନାବାଳିକା ଜଣକ ନା ସ୍ଵାମୀର ହୋଇପାରିଲା ନା ପ୍ରେମିକର ହୋଇପାରିଲା । ଶେଷରେ ବାପା ଘର ମଧ୍ଯ ମୁହଁ ଫେରେଇ ନେଲେ । ଏବେ ନାବାଳିକା ଜଣକ ଜୀବନର ଦୋଛକିରେ ।

ନାବାଳିକାର ବାହାଘରକୁ ପ୍ରଶାସନ ଅଟକାଇବାରେ ଫେଲ ମାରିଥିବାବେଳେ ପୁଣି ନାବାଳିକା ଜଣକ ଆଉ ଜଣେ ଯୁବକକୁ ପ୍ରେମ କରି ବିବାହ କରିବାକୁ ଅଡି ବସିଥିବା ଘଟଣାଟି କେଉଁ ମୋଡ ନେଉଛି, ତାହା ସମୟ କହିବ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:

sdfd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.