ETV Bharat / state

BJPର ମିଶ୍ରଣ ପର୍ବ: ହାତ ଛାଡି ପଦ୍ମ ଧରିଲେ ଶତାଧିକ କର୍ମୀ - ବିଜେପିରେ ଯୋଗଦେଲେ କଂଗ୍ରେସ କର୍ମୀ ଗଞ୍ଜାମ

ଆଗାମୀ ପଞ୍ଚାୟତ ନିର୍ବାଚନ(Odisha Panchayat Election) ପୂର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣ ପର୍ବ(Mishrana Parba) । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ BJP ର ମିଶ୍ରଣ ପର୍ବରେ ଯୋଗଦେଲେ ଶତାଧିକ କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ

BJP ର ମିଶ୍ରଣ ପର୍ବ: ଯୋଗଦେଲେ ଶତାଧିକ କଂଗ୍ରେସ କର୍ମୀ

author img

By

Published : Dec 22, 2021, 7:27 AM IST

ଭଞ୍ଜନଗର: ଆଗାମୀ ପଞ୍ଚାୟତ ନିର୍ବାଚନ(Odisha Panchayat Election) ପୂର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣ ପର୍ବ(Mishrana Parba) । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପୂର୍ବରୁ କଂଗ୍ରେସରେ ସକ୍ରିୟ ଥିବା ଯୁବନେତା ଅଯୋଧ୍ୟା ମହାପାତ୍ର(ଗତି) ମଙ୍ଗଳବାର ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସ୍ଥାନୀୟ ଜେଲ ପଡ଼ିଆ ଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ମହାମିଶ୍ରଣ ପର୍ବରେ ଦେଇଛନ୍ତି । ତାଙ୍କ ସହ ବିଭିନ୍ନ ପଞ୍ଚାୟତର ୧୨ ଶହରୁ ଊର୍ଦ୍ଧ୍ବ କର୍ମୀ BJPର ମହାମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି ।

BJP ର ମିଶ୍ରଣ ପର୍ବ: ଯୋଗଦେଲେ ଶତାଧିକ କଂଗ୍ରେସ କର୍ମୀ

ଏହି କାର୍ଯ୍ୟକ୍ରମରେ ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲିକ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତ ସିଂହାର, ଉପସଭାପତି ଅନିତା ଶୁଭଦର୍ଶିନୀ, OBC ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରାର୍ଥୀ ପଦ୍ୟୁମ୍ନ ନାୟକ ଓ ଅନ୍ୟମାନେ ମଞ୍ଚରେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ବିରୁଦ୍ଧରେ BJP ନେତୃବୃନ୍ଦ ଗର୍ଜିବା ସହ ସରକାର ମେଡ଼ିକାଲରେ ଡାକ୍ତର ନିଯୁକ୍ତି ନଦେଇ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରୁଥିବା BJP ନେତା ପ୍ରଦ୍ୟୁମ୍ନ ନାୟକ କହିଛନ୍ତି । କଂଗ୍ରେସ ତା'ର ପୂର୍ବ ସତ୍ତା ହରାଇ ଥିବାବେଳେ ଦଳୀୟ ସଙ୍ଗଠନ ଦୁର୍ବଳ ହୋଇପଡିଥବାରୁ BJPରେ ସାମିଲ ହୋଇଥିବା ଗତି ମହାପାତ୍ର କହିଛନ୍ତି ।

ସେହିପରି କଂଗ୍ରେସ ମାଆ-ପୁଅର ଦଳରେ ସୀମିତ ରହି ଥିବାବେଳେ ଭଞ୍ଜନଗରରେ ମଧ୍ଯ BJD ସ୍ଥାନୀୟ ବିଧାୟକଙ୍କ ପରିବାରର ଭାଇ-ଭାଇ ଦଳରେ ପରିଣତ ହୋଇଛି । ଭଞ୍ଜ ମାଟିରେ ଦୀର୍ଘ ୨୫ ଧରି ଦୁର୍ନୀତି ଭ୍ରଷ୍ଟାଚାର ଚାଲିଛି । ଆଗାମୀ ନିର୍ବାଚନରେ ଜନସାଧାରଣ ଏହାର ଉଚିତ ଜବାବ ଦେଇ ଭଞ୍ଜନଗରରେ BJPକୁ ବିଜୟ କରାଇବେ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଉପସ୍ଥିତ କର୍ମୀମାନଙ୍କୁ ନେତୃବୃନ୍ଦ ଅବଗତ କରାଇଥିଲେ । ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପ୍ରବଳ ଜନ ସମର୍ଥନ ଯୋଗାଇ ଦଳକୁ ବିଜୟୀ କରିବାକୁ ବକ୍ତାମାନେ କହିଛନ୍ତି । କାଯ୍ୟକ୍ରମରେ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳାକର୍ମୀ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.