ETV Bharat / state

ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ମରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ସୁନା ଦୋକାନ

author img

By

Published : Dec 16, 2022, 9:56 AM IST

ଗଞ୍ଜାମ ଜିଲ୍ଲା ଆସିକା ବଜାର ସାହି ସ୍ଥିତ ମହାଲକ୍ଷ୍ମୀ ସୁନା ଦୋକାନରେ ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ସୁନାଗହଣା । ଅଧିକ ପଢନ୍ତୁ

ମହାଲକ୍ଷ୍ମୀ ସୁନା ଦୋକାନରୁ ଲୁଟ
ମହାଲକ୍ଷ୍ମୀ ସୁନା ଦୋକାନରୁ ଲୁଟ

ଭଞ୍ଜନଗର: ଅଳଙ୍କାର ଦୋକାନରେ ମରଣାନ୍ତକ ଆକ୍ରମଣ କରି ଲୁଟ । ଗଞ୍ଜାମ ଜିଲ୍ଲା ଆସିକା ବଜାର ସାହି ସ୍ଥିତ ମହାଲକ୍ଷ୍ମୀ ସୁନା ଦୋକାନରେ ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ଗତକାଲି(ଗୁରୁବାର) ରାତି 8ଟା ସମୟରେ ଏହି ଲୁଟ ହୋଇଥିବା ସୂଚନା । ପ୍ରତିଦିନ ଭଳି ଦୋକାନ ମାଲିକ ପି. ପ୍ରଭାକର ପାତ୍ର ଗତକାଲି ରାତି 8ଟା ବେଳେ ଦୋକାନ ବନ୍ଦ କରୁଥିବା ବେଳେ ହଠାତ୍‌ 4 ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ଧସେଇ ପଶିଥିଲେ । ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ମାଲିକ ପ୍ରଭାକରଙ୍କୁ ଲକର ଚାବି ମାଗି ଭଙ୍ଗାରୁଜା କରିଥିଲେ । ଲକର ଚାବି ନଦେବାରୁ ରାଗିଯାଇ ମାରଣାସ୍ତ୍ରରେ ପ୍ରଭାବକରଙ୍କ ମୁଣ୍ଡ ଓ ହାତ ଆଦି ସ୍ଥାନକୁ ହାଣି ଦେଇଥିଲେ । ପାଟିତୁଣ୍ଡ ଶୁଣି ଘରେ ଥିବା ଝିଅ ସେଠାରେ ପହଞ୍ଚିବା ପରେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।

ମହାଲକ୍ଷ୍ମୀ ସୁନା ଦୋକାନରୁ ଲୁଟ

ଏହା ମଧ୍ୟ ପଢନ୍ତୁ: Godhra Train Burning Case: 17 ବର୍ଷ ପରେ ଦୋଷୀକୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଏହାପରେ ସ୍ଥାନୀୟ ଲୋକଙ୍କ ସମାଗମ ଦେଖି ଦୁର୍ବୃତ୍ତମାନେ ଉକ୍ତ ସ୍ଥାନରୁ ଚମ୍ପଟ ମାରିଥିଲେ । ଆହତ ବାପ ଝିଅକୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏପଟେ ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅଳଙ୍କାର ଲୁଟର ପ୍ରକୃତ ତଥ୍ୟ ଜଣା ପଡ଼ିନଥିବା ବେଳେ ଆହତ ବାପା ଓ ଝିଅକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.