ETV Bharat / state

ଗଞ୍ଜାମ ପାଳିଲା କାରଗିଲ ବିଜୟ ଦିବସ

author img

By

Published : Jul 26, 2019, 11:30 PM IST

ଗଞ୍ଜାମ ପାଳନ କଲା କାରଗିଲ ବିଜୟ ଦିବସ । କାରଗିଲ ଯୁଦ୍ଧରେ ବହୁ ଭାରତୀୟ ଯବାନ ଶହୀଦ ହୋଇଥିଲେ । ସେଥିମଧ୍ୟରୁ ବହୁ ଓଡିଆ ପୁଅ ମଧ୍ୟ ଥିଲେ । ଆଜି କାରଗିଲ ବିଜୟ ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସାରା ଦେଶରେ ପାଳନ ହେଉଛି କାରଗିଲ ବିଜୟ ଦିବସ । ଏହି ଅବସରରେ ଶହୀଦଙ୍କୁ ସ୍ମରଣ କରିଛନ୍ତି ସମସ୍ତେ । ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ପକ୍ଷରୁ କାରଗିଲ ବିଜୟ ଦିବସ ଅବସରରେ ବ୍ରହ୍ମପୁରରେ ଆୟୋଜିତ ହୋଇଯାଇଛି ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

୧୯୯୯ ମସିହାର ଜୁଲାଇ ମାସରେ ପାକିସ୍ତାନ ସହ ଯୁଦ୍ଧ କରି ଦେଶକୁ ବିଜୟ ମୁକୁଟ ପିନ୍ଧାଇଥିଲେ ଭାରତୀୟ ସେନା । ଉକ୍ତ କାର୍ଯ୍ୟକ୍ରମରେ ଦେଶ ପାଇଁ ଲଢେ଼ଇ କରି ଶହୀଦ ହୋଇଥିବା ସେହି ବୀର ଭାରତୀୟ ସେନାଙ୍କ ସାହାସିକତାକୁ ନେଇ ଆଲୋଚନା କରାଯାଇଥିଲା ।

ଶତ୍ରୁର ଆକ୍ରମଣରେ ବହୁ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ସେଥିମଧ୍ୟରୁ ବ୍ରହ୍ମପୁର ଉପକଣ୍ଠ ଜଗଦଲପୁର ଗ୍ରାମର ଶହୀଦ ଏସ ଶ୍ରୀନିବାସ ପାତ୍ର ଜଣେ ଅନ୍ୟତମ । ସେହି ଶହୀଦଙ୍କୁ ମନେ ପକାଇ ଆଜି ଜିଲ୍ଲା ଯୁବ ବିଜେଡି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା । ସହରର ଗାନ୍ଧୀନଗର ଛକ ଠାରେ ଏହି କାର୍ଯ୍ୟକ୍ରମରେ ବହୁ ଯୁବ ବିଜେଡି କର୍ମକର୍ତ୍ତା ସାମିଲ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ସାରା ଦେଶରେ ପାଳନ ହେଉଛି କାରର୍ଗିଲ ବିଜୟ ଦିବସର ୨୦ ବର୍ଷ ।ଏହି ଅବସରରେ ଶହୀଦଙ୍କୁ ସ୍ମରଣ କରିଛନ୍ତି ସମସ୍ତେ । ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ପକ୍ଷରୁ
କାରର୍ଗିଲ ବିଜୟ ଦିବସ ଅବସରରେ ବ୍ରହ୍ମପୁରରେ ଆୟୋଜିତ ହୋଇଯାଇଛି ଶହୀଦ ଙ୍କ ସ୍ମୃତି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ।୧୯୯୯ ମସିହାର ଜୁଲାଇ ମାସରେ ପାକିସ୍ତାନ ସହ ଯୁଦ୍ଧ କରି ଦେଶକୁ ବିଜୟ ମୁକୁଟ ପିନ୍ଧାଇବାରେ ଦେଶ ପାଇଁ ଲଢେ଼ଇ କରି ଶହୀଦ ହୋଇଥିବା ବୀର ଭାରତୀୟ ସୈନ୍ୟଙ୍କ ସାହାସିକତା କୁ ନେଇ ଆଲୋଚନା କରାଯାଇଥିଲା। ଶତ୍ରୁପକ୍ଷର ଆକ୍ରମଣରେ ବହୁ ଭାରତୀୟ ସୈନ୍ୟ ଶହୀଦ ହୋଇଥିବା ବେଳେ ସେଥିମଧ୍ୟରୁ ଓଡ଼ିଆ ଶହୀଦଙ୍କ ମଧ୍ୟରେ ବ୍ରହ୍ମପୁର ଉପକଣ୍ଠ ଜଗଦଲପୁର ଗ୍ରାମର ଶହୀଦ ଏସ ଶ୍ରୀନିବାସ ପାତ୍ର ରହିଥିବାରୁ ସେହି ଶହୀଦଙ୍କ ସ୍ମରଣରେ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ସହରର ଗାନ୍ଧୀନଗର ଛକ ଠାରେ ଏହି କାର୍ଯ୍ୟକ୍ରମରେ ବହୁ ଯୁବ ବିଜେଡି କର୍ମକର୍ତ୍ତା ସାମିଲ ହୋଇଥିଲେ ।Body:ବାଇଟ୍-ଏନ୍.ଧନଞ୍ଜୟ ରାଓ(ଜିଲ୍ଲା ସଭାପତି, ବିଜୁ ଯୁବ ଜନତା,ଗଞ୍ଜାମ)Conclusion:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.