ବ୍ରହ୍ମପୁର: ପୌର ନିର୍ବାଚନ ପାଇଁ ସହରାଞ୍ଚଳ ରାଜନୀତିରେ ଉଷ୍ମତା ଦେଖାଦେଇଛି । ନିର୍ବାଚନ ପାଖେଇ ଆସୁଥିବାବେଳେ ବ୍ରହ୍ମପୁରରେ ପ୍ରାର୍ଥୀମାନେ ଭୋଟ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଥିସହ ଘରକୁ ଘର ବୁଲି ଭୋଟ ହାତେଇବାରେ ଜୋରଦାର କସରତ କରୁଥିବା ଦେଖିବାକୁ ମିଳିଛି।
ବ୍ରହ୍ମପୁର ମହାନଗର ନିଗମର 4ନଂ ୱାର୍ଡରେ ଚାଲିଛି ନିର୍ବାଚନୀ ପ୍ରଚାର । ଏହି ୱାର୍ଡରେ ଚଳିତବର୍ଷ ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ଭାବେ ସନ୍ଧ୍ୟାରାଣୀ ଶୁକ୍ଳ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି। ସନ୍ଧ୍ୟାରାଣୀଙ୍କ ସ୍ବାମୀ ତଥା ସହରର ଆଇନଜୀବୀ ତଥା ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଳ ପୂର୍ବରୁ ତିନିଥର ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ବିଜୟୀ ହୋଇସାରିଛନ୍ତି । ତେବେ ଚଳିତଥର ଏହି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ଯୋଗୁଁ ନିଜ ପତ୍ନୀଙ୍କୁ ପ୍ରାର୍ଥୀ କରି ମୈଦାନକୁ ଓଲ୍ଲାଇଛନ୍ତି ଅଶୋକ । ନିଜ ୱାର୍ଡର ବିକାଶ କରିବା ନିମନ୍ତେ ପ୍ରତିଶୃତି ଦେଇ ଜନତାଙ୍କର ନିକଟତର ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ