ETV Bharat / state

ବିନା ମାସ୍କରେ ଘରୁ ବାହାରିଲେ, ଭରିବେ ଜରିମାନା - କୋରୋନା ମୁକାବିଲା

ବିନା ମାସ୍କରେ ଘରୁ ବାହାରିଲେ, ଭରିବେ ଜରିମାନା

author img

By

Published : Apr 6, 2020, 8:26 AM IST

Updated : Apr 6, 2020, 9:52 AM IST

07:09 April 06

ଲକ ଡାଉନକୁ ଅଧିକ କାର୍ଯ୍ୟକାରୀ କରିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଉ ଏକ ପଦକ୍ଷେପ । ଘରୁ ବାହାରିବା ବାହାରିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ବିନା ମାସ୍କରେ ଘରୁ ବାହାରିଲେ, ଭରିବେ ଜରିମାନା

ବ୍ରହ୍ମପୁର: କୋରୋନା ସଂକ୍ରମଣ ରୋକିବା ଦିଗରେ କୋଠର ହେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଲକ ଡାଉନକୁ ଅଧିକ କାର୍ଯ୍ୟକାରୀ କରିବା ଦିଗରେ ନିଆଯାଇଛି ଆଉ ଏକ ପଦକ୍ଷେପ । ଏଣିକି ପଦାକୁ ବାହାରିବା ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନ ପିନ୍ଧିଲେ ବାଧ୍ୟ ହୋଇ ଗଣିବେ ତଣ୍ଡ । ଏନେଇ ବ୍ରହ୍ମପୁର ଟାଉନ ହଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚାଇ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଲକ ଡାଉନ ସମୟରେ ସକାଳ 7ଟାରୁ 12 ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବାକୁ ହେଲେ ଚାଲିକି ଯିବାକୁ ହେବ । ଏହା ସହ ମାସ୍କ ପିନ୍ଧିବେ । ନଚେତ ଅମାନିଆଙ୍କ ଠାରୁ ଜରିମାନ ଆଦାୟ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏଥିପାଇଁ ସହରାଞ୍ଚଳ ପାଇଁ 1 ହଜାର ଟଙ୍କା ଓ ଗ୍ରାମାଞ୍ଚଳରେ 500 ଟଙ୍କା ଜରିମାନା ଆଦାୟ ହେବ।  

ସେପଟେ, ଦୋକାନ ମାନଙ୍କରେ ସାମାଜିକ ଦୂରିକରଣ ପାଇଁ ଚିହ୍ନଟ କରିବା ସହ ବିଭିନ୍ନ ସତର୍କତା କୁ ପାଳନ ନକଲେ ସେମାନଙ୍କ ଦୋକାନ ସିଲ୍ କରାଯିବ ବୋଲି କହିଛନନ୍ତି ଜିଲ୍ଲାପାଳ । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରୱତି ସିଂ ରାଠୋର , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । 

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 6, 2020, 9:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.