ETV Bharat / state

ଗାଁ ଗାଁରେ ଲୋକଙ୍କୁ କୋରୋନା ସଚେତନତା କରୁଛନ୍ତି ଦିବ୍ୟାଙ୍ଗ ରିନା ଦିଦି - ରୀନା ଦିଦିଙ୍କ କୋରୋନା ସଚେତନତା

କୋରୋନା ଭାଇରସର ମୁକାବିଲା ପାଇଁ ଏବେ ସମସ୍ତେ ଅଣ୍ଟା ଭିଡିଛନ୍ତି । ଆଉ ଏଥିରେ ସାମିଲ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ପଢାଳ ଗ୍ରାମର ଅଙ୍ଗନବାଡି କର୍ମୀ ରିନା ଦାସ । ସେ ଦିବ୍ୟାଙ୍ଗ ହେଲେ ମଧ୍ୟ ହାତରେ ବାଡିଟିଏ ଧରି ଘରକୁ ଘର ବୁଲି ଲୋକଙ୍କୁ କୋରୋନାର ଭୟାବହତା ନେଇ ସଚେତନତା କରୁଛନ୍ତି । ଅଧିକ ପଢନ୍ତୁ...

ଦିବ୍ୟାଙ୍ଗ ରୀନା ଦିଦିଙ୍କ କୋରୋନା ସଚେତନତା
ଦିବ୍ୟାଙ୍ଗ ରୀନା ଦିଦିଙ୍କ କୋରୋନା ସଚେତନତା
author img

By

Published : Jul 3, 2021, 12:03 PM IST

ଭଞ୍ଜନଗର: କୋରୋନା ଭାଇରସର ମୁକାବିଲା ପାଇଁ ଏବେ ସମସ୍ତେ ଅଣ୍ଟା ଭିଡିଛନ୍ତି । ଆଉ ଏଥିରେ ସାମିଲ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ପଢାଳ ଗ୍ରାମର ଅଙ୍ଗନବାଡି କର୍ମୀ ରିନା ଦାସ । ସେ ଦିବ୍ୟାଙ୍ଗ ହେଲେ ମଧ୍ୟ ହାତରେ ବାଡିଟିଏ ଧରି ଘରକୁ ଘର ବୁଲି ଲୋକଙ୍କୁ କୋରୋନାର ଭୟାବହତା ନେଇ ସଚେତନତା କରୁଛନ୍ତି । ଦିବ୍ୟାଙ୍ଗ ବୋଲି ମନରେ ଦୁଃଖ ଥିଲେ ମଧ୍ୟ ଲୋକଙ୍କୁ ସଚେତନତା କରି ସେ ବେଶ ଖୁସି ଅନୁଭବ କରିଥାନ୍ତି । ପଢାଳ ଗ୍ରାମରେ ଅଙ୍ଗନବାଡି କର୍ମୀ ରିନା ଦିଦିଙ୍କ ଘର । ସେ ଗ୍ରାମର ଘରେ ଘରେ ପରିଚିତ । କାରଣ ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେ ଦୁଇ ବର୍ଷ ହେବ ଲୋକଙ୍କୁ କୋରୋନାରୁ କିଭଳି ମୁକୁଳି ପାରିବେ ସେନେଇ ସଚେତନତା କରୁଛନ୍ତି ।

ଦିବ୍ୟାଙ୍ଗ ରୀନା ଦିଦିଙ୍କ କୋରୋନା ସଚେତନତା

ସେ ଖରା ହେଉ ବା ବର୍ଷା । ସବୁ ସମୟରେ ଗ୍ରାମର କିଛି ଆଶା ଦିଦିଙ୍କୁ ସାଥିରେ ଧରି ଲୋକଙ୍କୁ ସଚେତନତା କରିବା ସହ କୋରୋନା ଟିକା ବିଷୟରେ ମଧ୍ୟ ଦେଇଥାନ୍ତି ସଚେତନତାର ବାର୍ତ୍ତା । ଗୋଟିଏ ଗୋଡ ଅଚଳ ବୋଲି ମନରେ ଦୁଃଖ ଥିଲେ ମଧ୍ୟ ସେ ଲୋକଙ୍କୁ ସେବା କରି ବେଶ ଆତ୍ମସନ୍ତୋଷ ଅନୁଭବ କରୁଥିବା ସେ କୁହନ୍ତି ।

ଖାଲି ସେତିକି ନୁହେଁ । ପ୍ରତିଟି ସମୟରେ ପ୍ରଶାସନର ନିର୍ଦ୍ଦେଶକୁ ମାନି କୋରୋନା ବିରୁଦ୍ଧରେ ସେ ଲଢେଇ ଜାରି ରଖିଥିବା ବେଳେ ଆଶା ଦିଦିମାନେ ମଧ୍ୟ ତାଙ୍କ ସହ ସାଥ ଦେଇଥାନ୍ତି । ଏମିତି କି ଲୋକେ ଯେତେ ମାତ୍ରାରେ ସଚେତନତା ହୋଇପାରିବେ ସେତିକି ମାତ୍ରାରେ କୋରୋନା ହାରିବାର ବିଶ୍ଵାସ ରଖି ସେମାନେ ଚଳାଇଛନ୍ତି ଅହରହ ଉଦ୍ୟମ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.