ETV Bharat / state

ଜାତୀୟସ୍ତରରେ ୬ ଗୋଟି ପୁରସ୍କାର, ହିଞ୍ଜିଳିକାଟୁ ଦେଶର ଏକ ନମ୍ବର ବ୍ଲକ - ପାଞ୍ଚ କୋଟି ପୁରସ୍କାର ରାଶି

ସର୍ଵଭାରତୀୟ ସ୍ତରରେ ପ୍ରଥମ ରାଙ୍କ ହାସଲ କରିଛି ଗଞ୍ଜାମ ଜିଲ୍ଲା ପରିଷଦ । ପାଞ୍ଚ କୋଟି ପୁରସ୍କାର ରାଶିରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ganjam  Hinjilikatu
ganjam Hinjilikatu
author img

By

Published : Apr 17, 2023, 9:31 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ମିଳିଲା ଜାତୀୟସ୍ତରରେ ୬ ଗୋଟି ପୁରସ୍କାର । ସର୍ଵ ଭାରତୀୟ ସ୍ତରରେ ପ୍ରଥମ ରାଙ୍କ ହାସଲ କଲା ଗଞ୍ଜାମ ଜିଲ୍ଲା ପରିଷଦ । ଏନେଇ ପାଞ୍ଚ କୋଟି ପୁରସ୍କାର ରାଶିରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଜିଲ୍ଲା ପରିଷଦକୁ ଜାତୀୟ ପୁରସ୍କାର ମିଳିବା ସହିତ ହିଞ୍ଜିଳିକାଟୁ ଦେଶର ଏକ ନମ୍ବର ବ୍ଲକ ଭାବରେ ଦେଶର ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛି ।

ganjam  Hinjilikatu
ganjam Hinjilikatu

ଏହି ସମାରୋହରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଉପସ୍ଥିତ ରହି ପୁରସ୍କାର ଗୁଡିକ ପ୍ରଦାନ କରିଥିଲେ । ପୁରସ୍କାରଟି ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ କୀର୍ତ୍ତି ଭାସନ ଭି ଗ୍ରହଣ କରିଛନ୍ତି । ନାନାନୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ଶ୍ରେଣୀରେ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ପଞ୍ଚାୟତ ଭାବେ ସର୍ବ ଭାରତୀୟ ସ୍ତରରେ ହିଞ୍ଜିଳିକାଟୁ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ହେତୁ ଦୁଇ କୋଟି ଅର୍ଥ ରାଶି ସହ ସମ୍ମାନିତ ହୋଇଛି ।

ଦ୍ଵିତୀୟ ଶ୍ରେଷ୍ଠ "ସୁସ୍ଥ ପଞ୍ଚାୟତ" ଭାବେ ହିଞ୍ଜିଳିକାଟୁ ବ୍ଲକ କଞ୍ଚୁଡୁ ପଞ୍ଚାୟତକୁ ୭୫ ଲକ୍ଷ ଏବଂ ଶାସନଆମ୍ବ ଗାଁ ଦ୍ଵିତୀୟ ଶ୍ରେଷ୍ଠ ସୁସ୍ଥ ଓ ସବୁଜ ପଞ୍ଚାୟତ ଗ୍ରାମ ଭାବେ ୭୫ ଲକ୍ଷ ପ୍ରଦାନ କରାଯାଇଥିଲା । ସେହିପରି ଜିଲ୍ଲାର ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମ ପଞ୍ଚାୟତକୁ ଦ୍ଵିତୀୟ ଶ୍ରେଷ୍ଠ ସାମାଜିକ ଭାବେ ସୁରକ୍ଷିତ ସକାଶେ ୭୫ ଲକ୍ଷ ଏବଂ ପାତ୍ରପୁର ବ୍ଲକ ଆଙ୍କଲି ଗ୍ରାମ ପଞ୍ଚାୟତକୁ ୭୫ ଲକ୍ଷ ଅର୍ଥ ରାଶି ସହିତ ସମ୍ମାନିତ କରାଯାଇଛି ।

ଗଞ୍ଜାମ ଜିଲ୍ଲା ଏଭଳି ସମ୍ମାନ ଜନକ ପୁରସ୍କାର ପାଇଥିବା ହେତୁ ଓଡ଼ିଶାର ସୁନାମ ଆଣିପାରିଛି । ଯାହାକି ସାରା ରାଜ୍ୟ ପାଇଁ ଗର୍ଵ ଓ ଗୌରବର ବିଷୟ । ହିଂଜିଲିକାଟୁ ବ୍ଲକ ପୁରସ୍କାର ସରପଞ୍ଚ ସରସ୍ୱତୀ ସେଠୀ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ କୀର୍ତ୍ତି ଭାସନ ଭି, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ କୁମାର ଜେନା ଗ୍ରହଣ କରିଥିବା ବେଳେ, କଞ୍ଚୁଡୁ ପଞ୍ଚାୟତ ପୁରସ୍କାରଟି ସରପଞ୍ଚ ମଦନ ମୋହନ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ସାହୁ ପୁରସ୍କାର ଗ୍ରହଣ କରିଥିଲେ ।

ଶାସନ ଆମ୍ବ ଗାଁ ପାଇଥିବା ପୁରସ୍କାରକୁ ସରପଞ୍ଚ ଦନାର୍ଦ୍ଧନ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବାସୁଦେବ ବେହେରା ପୁରସ୍କାର ଗ୍ରହଣ କରିଥିଲେ । କୁଲାଡ଼ ଗ୍ରାମ ପଞ୍ଚାୟତ ପୁରସ୍କାରକୁ ସରପଞ୍ଚ ଭି. ସଂଯୁକ୍ତା ରାଜୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଏବଂ ପାତ୍ରପୁର ବ୍ଳକ ଆଙ୍କୁଲି ଗ୍ରାମ ପଞ୍ଚାୟତ ପୁରସ୍କାର ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, କମ୍ପୁଟର ପ୍ରୋଗ୍ରାମର ଦେବାଶିଷ ପ୍ରଧାନ ପ୍ରମୁଖ ଗ୍ରହଣ କରିଥିଲେ । ଜିଲ୍ଲାର ସମସ୍ତ ୬ ଗୋଟି ପୁରସ୍କାର ଗ୍ରହଣ ସମୟରେ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.