ETV Bharat / state

ଆଗକୁ ବଢିବ ତାତି, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ ଗ୍ରହଣ - Ganjam news

ଗ୍ରୀଷ୍ମ ପ୍ରବାହକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

ଗଞ୍ଜାମ ଜିଲ୍ଲା ପ୍ରଶାସନ
ଗଞ୍ଜାମ ଜିଲ୍ଲା ପ୍ରଶାସନ
author img

By

Published : Mar 13, 2021, 7:29 AM IST

ବ୍ରହ୍ମପୁର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ନେଇ ଗଞ୍ଜାମ ଜିଲ୍ଲାରେ ଗ୍ରହଣ କରାଯିବ ଆଗୁଆ ପଦକ୍ଷେପ । ଏନେଇ ଏକ ଜରୁରୀକାଳୀନ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଛି ।

ଭାରତୀୟ ମେଟ୍ରୋଲୋଜି ବିଭାଗ ଦ୍ବାରା ଜାରି ହୋଇଥିବା ସତର୍କତା ଅନୁଯାୟୀ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଦ୍ବାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି । ଏହାକୁ ଆଧାର କରି ଗଞ୍ଜାମ ଜିଲ୍ଲାରେ ଆଗୁଆ ପଦକ୍ଷେପ ଗ୍ରହଣ କରିବା ନେଇ ଏକ ଜରୁରୀକାଳୀନ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଛି ।

ଗଞ୍ଜାମ ଜିଲ୍ଲା ପ୍ରଶାସନ
ଗଞ୍ଜାମ ଜିଲ୍ଲା ପ୍ରଶାସନ

ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଏହି ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଜଣାଇଥିଲେ ଯେ, ‘ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ 1998 ମସିହାରେ ଅନୁଭୂତ ହୋଇଥିବା ଭଳି ହୋଇପାରେ । ତେଣୁ ସମସ୍ତ ପ୍ରକାର ଆଶୁ ବ୍ୟବସ୍ଥା କରାଗଲେ ଲୋକଙ୍କର ଜନଜୀବନ ସୁରକ୍ଷିତ ରହିବ ।’

ଆଗତୁରା ସମସ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ । ଅପ୍ରେଲ ମାସ 1 ତାରିଖ ଠାରୁ ଜୁନ୍ ମାସ 15 ତାରିଖ ଯାଏଁ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି । ସେହିପରି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିବ୍ୟ ଲୋଚନ ମହାନ୍ତ ବିଭିନ୍ନ ବିଭାଗ ଦ୍ବାରା କିଭଳି ପଦକ୍ଷେପ ଗ୍ରହଣ କରିବାକୁ ହେବ ସେ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।

ସମସ୍ତ କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଷ୍ଟାଫ୍ ମୁତୟନ ହେବେ ଏବଂ କଣ୍ଟ୍ରୋଲରୁମ୍ ଫୋନ୍ ନମ୍ବର ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ପ୍ରେରଣ କରିବେ । ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ସ୍ଥାନୀୟ ଲୋକ ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ନେଇ ବୈଠକ କରିବେ । ଜଳକ୍ଲିଷ୍ଟ ଅଞ୍ଚଳ ଚିହ୍ନଟ କରି ସେହି ଅଞ୍ଚଳରେ ଅଚଳ ହୋଇ ରହିଥିବା ନଳକୂପ ମାନଙ୍କର ମରାମତି ପୂର୍ବରୁ କରାଇନିଅନ୍ତୁ ବୋଲି ଜରୁରୀକାଳୀନ ଅଧିକାରୀ କହିଛନ୍ତି ।

ଗ୍ରୀଷ୍ମ କାଳରେ ଆବଶ୍ୟକ ସ୍ଥଳେ ନଳକୂପ ଅଚଳ ହୋଇଥିବା ସୂଚନା ମିଳିଲେ ତୁରନ୍ତ ସେଗୁଡିକୁ ମରାମତି କରିବାକୁ ପଦକ୍ଷେପ ଗ୍ରହଣ କରିବେ । ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହେବ । ଜନସାଧାରଣଙ୍କର ସୁରକ୍ଷା ଦୃଷ୍ଟିରୁ ବାହାରକୁ ବାହାରିବାକୁ ମନା କରାଯିବ ଏବଂ ଅଂଶୁଘାତରୁ ବର୍ତ୍ତିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଚାର ଓ ପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି କରିବେ ବୋଲି ସେ କହିଛନ୍ତି ।

ଶିକ୍ଷାନୁଷ୍ଠାନରେ ପରୀକ୍ଷା ଗୁଡିକ ସକାଳ 6ଟା 30ରୁ 10ଟା 30 ମଧ୍ୟରେ କରିବାକୁ ହେବ । ତେଣୁ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ପାଠ୍ୟକ୍ରମ ସାରିବାକୁ କୁହାଯାଇଛି । ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଅଂଶୁଘାତର ଚିକିତ୍ସା ସକାଶେ ସ୍ବତନ୍ତ୍ର କୋଠରୀ ବ୍ୟବସ୍ଥା କରିବାକୁ କୁହାଯାଇଛି । ଜଙ୍ଗଲ ଅଞ୍ଚଳରେ ପଶୁପକ୍ଷୀଙ୍କ ପାନୀୟ ଜଳ ବ୍ୟବସ୍ଥା ଏବଂ ଜଙ୍ଗଲରେ ଅଗ୍ନି ଯେପରି ଲାଗିବ ନାହିଁ ସେଥିପ୍ରତି ସତର୍କ ଓ ସମସ୍ତ ବ୍ୟବସ୍ଥା କରିବାକୁ ବନ ବିଭାଗ ଅଧିକାରୀଙ୍କୁ କୁହାଯାଇଛି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଜଳଛତ୍ର ସ୍ଥାପନ କରି ଶୁଦ୍ଧ ପାନୀୟ ଜଳ ବଣ୍ଟନ ସକାଶେ କର୍ମଚାରୀ ନିୟୋଜିତ କରିବାକୁ ଏହି ବୈଠକରେ କୁହାଯାଇଛି ।

ସକାଳ 11 ଠାରୁ ଦିନ 3 ଟା ପର୍ଯ୍ୟନ୍ତ ବସ୍ ଗୁଡିକ ଚଳାଚଳ ବନ୍ଦ ରଖିବାକୁ କୁହାଯାଇଛି । ବସ୍ ଗୁଡିକରେ ଓ.ଆର୍.ଏସ୍, ପ୍ରାଥମିକ ଚିକିତ୍ସା ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି । ପ୍ରେକ୍ଷାଳୟ ଗୁଡିକରେ ନୁନ୍ ସୋ ବନ୍ଦ କରିବାକୁ କୁହାଯାଇଛି । ଗ୍ରୀଷ୍ମ ସମୟରେ ବିଦ୍ୟୁତ୍ ସେବା ଯେପରି ବ୍ୟାଘାତ ହେବନାହିଁ ସେଥିପ୍ରତି ସଜାଗ ରହିବାକୁ ବିଦ୍ୟୁତ ବିଭାଗକୁ ଅବଗତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.