ETV Bharat / state

ବାଣ ନ ଫୁଟାଇ ଗ୍ରୀନ୍ ଦିପାବଳୀ ପାଳିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

author img

By

Published : Nov 10, 2020, 8:13 PM IST

Updated : Nov 10, 2020, 10:16 PM IST

ଆଗାମୀ ଦୀପାବଳୀକୁ ସମସ୍ତେ ସରକାରୀ ନିୟମକୁ ମାନି ନିଜ ଘରେ ରହି ବାଣ ନଫୁଟାଇ ଗ୍ରୀନ୍ ଦୀପାବଳୀ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଲେ ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ....

କୋଭିଡ କଟକଣା ସହ ଦିପାବଳୀ ପାଳିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

ବ୍ରହ୍ମପୁର: ଆଗାମୀ ଦୀପାବଳୀକୁ ସମସ୍ତେ ସରକାରୀ ନିୟମକୁ ମାନି ନିଜ ଘରେ ରହି ବାଣ ନଫୁଟାଇ ଗ୍ରୀନ୍ ଦୀପାବଳୀ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ନେଇ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ।

ଜିଲ୍ଲାରେ କରୋନା ସ୍ଥିତି ଧିରେ ଧିରେ ସ୍ବାଭାବିକ ହେବା ସହ ସଂକ୍ରମଣ ହାର କ୍ରମଶଃ କମିବାରେ ଲାଗିଛି । ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 130 ମାମଲା ସକ୍ରୀୟ ଥିବା ଜଣା ପଡିଛି । ସମୂହ ଦିପାବଳୀ ପାଳନ ଫଳରେ ପ୍ରଦୁଷଣ ମାତ୍ରା ବଢିବାର ଯଥେଷ୍ଟ ଆଶଙ୍କା ଥିବାରୁ ଦିପାବଳୀ ପାଳନ ଉପରେ ରୋକ ଲଗାଯାଇଛି ।

ସରକାରଙ୍କ ପକ୍ଷରୁ ଦୀପାବଳୀରେ ଅବସରରେ ଜାରି ରହିଥିବା ସତର୍କ ରହିବା ସହିତ ଏହି ଅବସରରେ ବାଣ ନଫୁଟାଇବା ଏବଂ ଅତିଥି ମାନଙ୍କୁ ନଡାକିବା ପାଇଁ କୁହାଯାଇଛି ।ଏପରିକି ଦ୍ୱିତୀୟ ଲହର ସମୟରେ ଯେଉଁ ସଂଙ୍କ୍ରମଣ ହେବାର ସମ୍ଭାବନା ରହିଥିବାରୁ ସମସ୍ତେ ଗହଳି ଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କ ଠାରୁ ଦୁଇ ମିଟର ଅଥବା ଛଅ ଫୁଟ ଦୂରତା ବଜାଯ ରଖିବାକୁ ପରାମର୍ଶ ଦିଆଯାଇଛି ।ତେଣୁ କଟକଣାକୁ ମାନି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ସହ ସୁସ୍ଥ ଓ ସୁରକ୍ଷିତ ଦିପାବଳୀ ପାଳିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 10, 2020, 10:16 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.