ବ୍ରହ୍ମପୁର: ସହର ଉପକଣ୍ଠ ଲୋଚାପଡା ସେବା ସମବାୟ ସମିତି ଲିମିଟେଡ ବ୍ୟାଙ୍କର ଡିପୋଜିଟ୍ କାଉଣ୍ଟରରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ସମବାୟ ସମିତିର ସମ୍ପାଦକ ଜଗନ୍ନାଥ ପାତ୍ର ବ୍ୟାଙ୍କରେ କାର୍ଯ୍ୟରତ ଥିବା ସମୟରେ ବ୍ୟାଙ୍କରେ ସର୍ଟସର୍କିଟ କାରଣରୁ ସଂପୂର୍ଣ୍ଣ ଭାବରେ ପୋଡି ହୋଇ ତାଙ୍କର ଅକସ୍ମାତ ଭାବେ ମୃତ୍ୟୁ ଘଟିଛି ।
ସଦର ଥାନା ଅନ୍ତର୍ଗତ ଲୋଚାପଡା ଗ୍ରାମରେ ରହିଥିବା ଏହି ବ୍ୟାଙ୍କର ସମସ୍ତ କର୍ମଚାରୀ ମାନେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ବ୍ୟାଙ୍କ ବାହାରକୁ ଯାଇଥିବା ବେଳେ ଏକାକୀ ସମ୍ପାଦକ ଜଗନ୍ନାଥ ରହିଥିବା ସମୟରେ ଏକ କମ୍ପ୍ୟୁଟରରୁ ହଠାତ କୌଣସି ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିଲା । ଏହାପରେ କିଛି ସମୟ ମଧ୍ୟରେ ହିଁ ଜଗନ୍ନାଥ ସମ୍ପୁର୍ଣ୍ଣ ପୋଡି ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ଏବଂ ସଦର ଥାନା ପୋଲିସ ପହଞ୍ଚି କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ