ETV Bharat / state

ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ ଉଦ୍ୟମ, ପାଞ୍ଚ ଜଣଙ୍କୁ କାବୁ କଲା ପୋଲିସ

author img

By

Published : Mar 17, 2023, 9:04 PM IST

ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ । ପ୍ରେମ ଘଟଣାକୁ କେନ୍ଦ୍ରକରି ଅପହରଣ କରାଯାଇଥିବା ସୂଚନା । ପାଞ୍ଚ ଜଣଙ୍କୁ କାବୁ କଲା ପୋଲିସ । ଅଧିକ ପଢ଼ନ୍ତୁ

ପ୍ରେମ ଘଟଣାକୁ କେନ୍ଦ୍ରକରି ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ

ବ୍ରହ୍ମପୁର: ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ । ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ କରି କାରରେ ବସାଇ ନେଇଥିଲେ କିଛି ଯୁବକ । ସ୍ଥାନୀୟ ଅଞ୍ଚଳର ଯୁବକମାନେ ଘଟଣା ସମ୍ପର୍କରେ ଜାଣିବା ପରେ କାର୍‌ର ପିଛା କରିବା ସହ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପୋଲିସ ୫ ଜଣଙ୍କୁ ଗିରଫ କରିଛି । ବ୍ରହ୍ମପୁରର ଚିକିଟି ବ୍ଲକ କଳବାଡ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ଜମ୍ମୁରେ ନକଲି PMO କାର୍ଯ୍ୟାଳୟ ଅଧିକାରୀ ଗିରଫ: ପାଇଥିଲା Z+ ସିକ୍ୟୁରିଟି, ବିତାଉଥିଲା ବିଳାସମୟ ଜୀବନ

ତେବେ ସୂଚନାନୁଯାୟୀ ଲକ୍ଷ୍ମୀପୁର ଗ୍ରାମର ଜିତେନ୍ଦ୍ର ପ୍ରଧାନଙ୍କ ଘରକୁ ଯାଇ ନିସ୍ତୁକମାଡ ମାରି ତାଙ୍କୁ କାରରେ ଭର୍ତ୍ତି କରି ନେଉଥିଲେ ଦୁର୍ବୃତ୍ତମାନେ । ଜିତେନ୍ଦ୍ରଙ୍କ ଚିତ୍କାର ଶୁଣି ଲୋକେ ସେହି କାରର ପିଛା କରିଥିଲେ ସୁଦ୍ଧା କାବୁ କରିପାରିନଥିଲେ । ଯାହାକୁ ନେଇ ସ୍ଥାନୀୟ କେ.ନୂଆଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଥାନାଧିକାରୀ କୈଶଳକ୍ରମେ ଛକରେ କାରକୁ ଅଟକାଇ ଅପହରଣ କରାଯାଇଥିବା ଯୁବକକୁ ଉଦ୍ଧାର କରିଥିଲା ପୋଲସ ।

ଅଧିକ ପଢ଼ନ୍ତୁ: Kedarnath Snowfall: କେଦାରନାଥରେ ତୁଷାରପାତ ଜାରି, ବାଧାପ୍ରାପ୍ତ ପୁନଃନିର୍ମାଣ କାର୍ଯ୍ୟ

ଏହାସହ ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏକ ଛୁରୀକୁ ଜବତ କରିଛି ପୋଲିସ । ଅପହୃତଙ୍କ ପାଖରୁ ଯୁବକଙ୍କୁ ଉଦ୍ଧାର କରିବା ସମୟରେ ଥାନାର ପୋଲିସ ଏ.ଏସ୍.ଆଇ ବିଘ୍ନରାଜ ଦାଶ ସାମାନ୍ୟ ଆହାତ ହୋଇଥିବା ଏଏସ୍ଆଇ ସୂଚନା ଦେଇଛନ୍ତି । ପୋଲିସର ସୂଚନା ମୁତାବକ ଅପହରଣ ହୋଇଥିବା ଯୁବକ ଜିତେନ୍ଦ୍ର ପ୍ରଧାନ ଗିରଫ ଅଭିଯୁକ୍ତ ଶିଶିର ପ୍ରଦାନଙ୍କ ଭଭଣୀଙ୍କୁ ପ୍ରେମ କରି ଆସୁଥିଲେ । ଏହାକୁ ନେଇ ଜିତେନ୍ଦ୍ରକୁ ତାଙ୍କ ଉଭଣୀଙ୍କ ସହ ସମ୍ପର୍କ ନରଖିବାକୁ ବାରଣ କରିଥିଲେ । ହେଲେ ଜିତେନ୍ଦ୍ର ନିଜ ପ୍ରେମିକାର ଭାଇର କଥାକୁ ଗୁରୁତ୍ୱ ନଦେଇବାରୁ ପ୍ରତିଶୋଧ ପରାୟଣ ହୋଇ ନିଜେ ନିଜର ସାଙ୍ଗ ମାନଙ୍କୁ ନେଇ ଏଭଳି ଅପହରଣ କରୁଥିବା କହିଛି ପୋଲିସ । ତେବେ ଗିରଫମାନେ ହେଲେ ଚିକିଟି ବ୍ଲକ ଅନ୍ତର୍ଗତ ଲାଲମେଣ୍ଟା ଗ୍ରାମର ଶିଶିର ପ୍ରଧାନ, ପଦ୍ମଲୋଚନ ପ୍ରଧାନ, ସୁନୀଲ ସାହୁ, ଅମର ପ୍ରଧାନ ଭଳି ଗୋଟିଏ ଗ୍ରାମର ଚାରି ଜଣ ଯୁବକ ରହିଥିବା ବେଳେ ଗୁମ୍ମା ବୀରସିଂହପୁର ଗ୍ରାମର ପ୍ରଶାନ୍ତ କୁମାର ଚୌଧୁରୀ ବୋଲି ଜଣାପଡିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.