ETV Bharat / state

ପାରିବାରିକ କଳହ ସାଜିଲା କାଳ, ପୁଅକୁ କାଠ ଫାଳିଆରେ ହାଣିଲା ବାପା

ହତ୍ୟାକାରୀ ବାପା । କାଠ ଫାଳିଆରେ ପିଟିପିଟି ନିଜ ପୁଅକୁ କଲା ହତ୍ୟା । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

author img

By

Published : Sep 10, 2020, 12:18 PM IST

Updated : Sep 10, 2020, 4:28 PM IST

ପାରିବାରିକ କଳହ ସାଜିଲା କାଳ, ପୁଅକୁ କାଠ ଫାଳିଆରେ ହାଣିଲା ବାପା
ପାରିବାରିକ କଳହ ସାଜିଲା କାଳ, ପୁଅକୁ ହତ୍ୟା କଲା ବାପା

ଗଞ୍ଜାମ: ଜିଲ୍ଲାର ସୋରଡା ଥାନା ଅମୃତୁଲୁ ଗାଁରେ ହତ୍ୟାକାଣ୍ଡ । ବାପା ଜୟ ବିଶୋୟୀ ଏକ କାଠ ଫାଳିଆରେ ପିଟିପିଟି ଜିତେନ୍ଦ୍ରଙ୍କୁ ହତ୍ୟା କରିଥିବାବେଳେ, ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ, ଦୀର୍ଘ ଏକ ଏକମାସ ହେବ ଜିତେନ୍ଦ୍ର ତାଙ୍କ ପରିବାରରେ କଳହ କରିଆସୁଥିଲେ । ବାପାଙ୍କୁ ମଧ୍ୟ ନିର୍ଯାତନା ଦେଇ ଆସୁଥିଲେ । ଗୁରୁବାର ସକାଳେ ମଧ୍ୟ ଜିତେନ୍ଦ୍ର ଘରେ କଳି କରିଥିବାବେଳେ, ରାଗିଯାଇ ବାପା ଜୟ ବିଷୋୟୀ ଘର ପାଖରେ ପଡିଥିବା ଏକ କାଠ ଫାଳିଆରେ ଜିତେନ୍ଦ୍ରଙ୍କ ମୁଣ୍ଡକୁ ଏକ ଶକ୍ତ ପ୍ରହାର କରିଥିଲେ । ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ପାରିବାରିକ କଳହ ସାଜିଲା କାଳ, ପୁଅକୁ କାଠ ଫାଳିଆରେ ହାଣିଲା ବାପା

ଖବରପାଇ ସୋରଡା ପୋଲିସ ଏବଂ ଆସିକା ଏସଡ଼ିପିଓ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ସାଇଣ୍ଟିଫିକ ଟିମ ଆସି ପହଞ୍ଚିଲା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଆସିକା ଏସଡ଼ିପିଓ କହିଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଅନ୍ୟପଟେ ହତ୍ୟାକାରୀ ବାପାକୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : Sep 10, 2020, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.